ଯାଜପୁର ଜିଲ୍ଲାରେ ୩ଟି ଥାନାକୁ ଭରଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କଲେ

Spread the love

ଯାଜପୁର ସଦର, ୧୦ା୦୧: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାରେ ୩୦ଟି ଥାନାକୁ ଭରଚୁଆଲ ମାଧ୍ୟମରେ ଉଦ୍ଘାଟନ କରିଥିବା ବେଳେ, ଯାଜପୁର ଜିଲ୍ଲାର ୩ଟି ଥାନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ସେବା ଯୋଗାଇ ଦେବା ପାଇଁ ଉଦ୍ଘାଟନ କରିଛନ୍ତି । ତହିଁ ମଧ୍ୟରେ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମରବଦା ଥାନାକୁ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟୀକା ସୁନନ୍ଦା ଦାସ ଯୋଗଦେଇଥିବା ବେଳେ, ରାଜ୍ୟ ସାଂସଦ ଶ୍ରୀମତୀ ସୁଲତା ଦେଓ ଯୋଗଦାନ କରିଥିଲେ । ଏଠାରେ ସୂଚନା ଯୋଗ ଯେ, ଯାଜପୁର ଜିଲ୍ଲାର ଦଶରଥପୁର ଥାନାକୁ ଉଦ୍ଘାଟନ କରାଯାଇଥିବା ବେଳେ, ବିଞ୍ଝାରପୁର ବ୍ଲକର ଅଳକୁଣ୍ଡ ଥାନାକୁ ନୂତନ କରି ଯୋଗଦେଇଥିବା ଯାଜପୁର ଜିଲ୍ଲାର ଏସପି ଭିନିଥ ଅଗ୍ରୱାଲ ଉଦ୍ଘାଟନ କରିଛନ୍ତି । ଦଶରଥପୁର ଡାକବଙ୍ଗଳା ମଧ୍ୟରେ ଦଶରଥପୁର ଥାନା ପ୍ରତିଷ୍ଠା ହୋଇଥିବା ନୂତନ ଏସପି ଭିନିଥ ଅଗ୍ରୱାଲ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ମଙ୍ଗଳପୁର ଥାନା ଅଧିକାରୀ ରୀନାରାଣୀ ସାହୁଙ୍କ ସଭାପତିତ୍ୱରେ ଏକ ସଭାର ଅୟୋଜନ କରାଯାଇଥିଲା । ନୂତନ ଏସପି ଯୋଗଦେଇ ଲୋକମାନଙ୍କ ପାଇଁ ପୋଲିସ କାର୍ଯ୍ୟ କରିବ ବୋଲି ଶ୍ରୀ ଅଗ୍ରୱାଲ ସୂଚନା ଦେଇଥିଲେ । ସମ୍ମାନୀୟ ଅତିଥି ମାନନୀୟ ମନ୍ତ୍ରୀ ପ୍ରମିଳା ମଲିକ ଯୋଗଦେଇଥିବା ବେଲେ, ବିଜେଡ଼ି ସଭାପତି ସରୋଜ ମହାପାତ୍ର ଯୋଗଦାନ କରିଥିଲ । ବିଧାୟୀକା ପ୍ରତିନିଧି କର୍ଣ୍ଣାଟକେଶରୀ ଦାସ, ସରୋଜ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟ ମନୋସ୍ୱିନୀ ଦାସ, ମାମିନା ମଲିକ, ଯାଜପୁର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ, ୍‌ଯାଜପୁର ଅତିରିକ୍ତ ଏସପି ନାରାୟଣ ବାରିକ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା ଦାସ ଯୋଗଦେଇଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯାଜପୁର ଜିଲ୍ଲାରେ ନୂତନ ଥାନା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଯାଜପୁର ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେହିପରି ବିଞ୍ଝାରପୁର ଥାନା ଅଧିକାରୀ ରଂଜିତ ମହାନ୍ତି ଉପସ୍ଥିତ ଥିବା ବେଳେ, ଅଳକୁଣ୍ଡ ଥାନା ଅଧିକାରୀ ସୁସାନ୍ତ ଦାସ ଯୋଗଦେଇଥିଲେ । ବ୍ରହ୍ମବରଦା ଥାନା ଅଧିକାରୀ ଏସଦାଶରଥି ପାତ୍ର ଯୋଗଦାନ କରିଥିବା ବେଳେ, ବରୀ ବିଧାୟୀକା ସୁନନ୍ଦା ଦାସ ଯୋଗଦାନ କରିଥିଲେ । ବ୍ରହ୍ମବରଦା ଥାନା ଊଦ୍ଘଟନ ଉତ୍ସବରେ କଳିଙ୍ଗ ନଗର ଅତିରିକ୍ତ ଏସପିଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇଥିଲା । ୩୬ ନଂ ଜୋନର ଜିଲ୍ଲାପରିଷଦ ସଭ୍ୟା ଭାରତୀ ବିଶ୍ୱାଳ, ୩୧ନଂ ବିନୋଦ ମାଝୀ, ୯ଟି ପଂଚାୟତକୁ ନେଇ ବ୍ରହ୍ମବରଦା ଥାନା ଉଦ୍ଘାଟନ କରାଯାଇଥିଲା । ଯାଜପୁର ଏସଡିପିଓ ସଂଜୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ବ୍ରହ୍ମବରଦା ପଂଚାୟତର ବରିଷ୍ଠ ନାଗରିକମାନେ ଯୋଗଦାନ କରିଥିଲେ ।

Related Posts

About The Author

Add Comment