ଯାଜପୁର ଜିଲ୍ଲାର କଂଗ୍ରେସ ସଭାପତି କିଏ ହେବ

Spread the love

ଯାଜପୁର ସଦର,ସନ୍ଧାନ ନ୍ୟୁଜ: ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି କିଏ ହେବେ ଅଙ୍କ କଷା ହେଉଥିବା ବେଳେ, ଦଳ ମଧ୍ୟରେ ଲଢ଼େଇ ଜାରି ରହିଥିବାରୁ ପର୍ଯ୍ୟବେକ୍ଷକ କଂଗ୍ରେସର ଆସୁଥିବାରୁ ଯାଜପୁର ଜିଲ୍ଲାକୁ ଗସ୍ତ କରୁଥିବା ବେଳେ, ଅଖିଳ ଭାରତ କଂଗ୍ରେସ କମିଟିର ମଲିକା ଅର୍ଜ୍ଜୁନ ଖଡ଼ଗେଙ୍କ କଂଗ୍ରେସ ସଙ୍ଗଠନକୁ ମଜବୁତ କରିବା ପାଇଁ ଜିଲ୍ଲା ସ୍ତରରେ ଦଳକୁ ମଜବୁତ କରିବା ଏହି ଅଭିଯାନ ଆରମ୍ଭ କରାଯାଇଚି । ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ଚୟନ ଲାଗି କଂଗ୍ରେସର ସଙ୍ଗଠନ ସୁଦୃଢ଼ କରିବା ଲାଗି ଯାଜପୁରରେ ୭ଦି ଧରି ଏହି ଅଭିଯାନ ଚାଲିବ । ଏହି କାର୍ଯ୍ୟକ୍ରମରେ ଆଜି ଆସୁଛନ୍ତି ଅଖିଳ ଭାରତ କଂଗ୍ରେସ ର ପର୍ଯ୍ୟବେକ୍ଷକ ଚାରୁଲତା ପ୍ରକାଶ ତାଙ୍କ ସହତି ପ୍ରଦେଶ କମିଟି ପକ୍ଷରୁ ପୂର୍ବତନ ସାଂସଦ ଜ୍ୟୋଶବନ୍ତ ସିଂ ଲାଙ୍ଗୁରୀ ସାଧାରଣ ସମ୍ପାଦକ ପୂର୍ବତନ ସାନ୍ତନୁ ସାହୁ, ଇକ୍ରାବୁ ଉଜମାନ ଖାଁ, ସ୍ୱଚ୍ଛତା ଅଭିଜ୍ଞତା ଲୋକ ପ୍ରିୟତା ନର୍ମଳ ଭାବମୃର୍ତ୍ତି କୌଣସି ଦଳ ବିରୋଧି କାର୍ଯ୍ୟରେ ସମ୍ପର୍କ ନଥିବା ବ୍ୟକ୍ତି ସଭାପତି ପଦଲାଗି ମାପକାଠି ମାନଦଣ୍ଡ ହୋଇଥିବା ବେଳେ, ପଛୁଆ ବର୍ଗ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଚି । ଯାଜପୁର ଜିଲ୍ଲାରେ ୭ଜଣ ସଭାପତି ଦୌଡ଼ରେ ରହିଥିବା ବେଳେ, ଜନେ ମହିଳାଙ୍କ ନାମ ସଭାପତି ପଦପାଇଁ ଚର୍ଚ୍ଚା ଜୋର ଧରିଚି । ଏହି ଅଭିଯାନ ମାଧ୍ୟରେ କଂଗ୍ରେସ କମିଟିର ସଭାପତି ଚୟନ କରାଯିବ ୧୦.୩୦ ମିନିଟରେ ଯାଜପୁର ସରକିଟି ହାଉସଠାରେ ସମସ୍ଥ ପର୍ଯ୍ୟବେକ୍ଷକ ମାନେ ପହଁଞ୍ôଚବେ ଏହାପରେ ଗୌତ୍ତମବୁଦ୍ଧ ସାଂସ୍କୃତି ଭବନରେ ଆୟୋଜିତ ହେବ ସମସ୍ତ ନେତା ମାନେ ଯୋଗଦେଇ ଉଦବୋଧନ ରଖିବେ । ବଡ଼ଚଣା କଂଗ୍ରେସ କମିଟି ପକ୍ଷରୁ ଚଣ୍ଡିଖୋଲ ଠାରେ ଆୟୋଜିତ ବୈଠକରେ ଯୋଗଦାନ କରିବେ । ସେହିପରି ୯ ତାରିଖରେ ସୁକିନ୍ଦାରେ ଯୋଗ ଦେଇଥିବା ବେଳେ, ୧୦ ତାରିଖରେ କୋରେଇ ବ୍ଲକରେ ବ୍ୟାସନଗର ପୌରପାଳିକାରେ ଯୋଗଦେଇ ଦେବାପାଇଁ ସ୍ଥିର କରାଯାଇଚି । ୧୧ ତାରିଖ ଗୁରୁବାର ଧର୍ମଶାଳା ବ୍ଲକ କଂଗ୍ରେସ ଜାରକା ଠାରେ ଆୟୋଜିତ ବୈଠକରେ ଯୋଗଦେବାକୁ ରହିଥିବା ବେଳେ, ୩ ଘଟିକାରେ ରସୁଲପୁର ବ୍ଲକ କଂଗ୍ରେସ ବୈଠକରେ ଯୋଗଦେବେ । ୧୨ ତାରିଖରେ ଯାଜପୁର କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ବୈଠକରେ ଯୋଗ ଦେବେ ୩ ଟାରେ ଦଶରଥପୁର ବ୍ଲକ କଂଗ୍ରେସ ବୈଠକରେ ଯୋଗଦେବେ । ୧୩ ତାରିଖରେ ବରୀ ବ୍ଲକରେ ଅଂଶ ଗ୍ରହଣ କରିବେ । ଶେଷରେ ୧୪ ତାରିଖରେ ବିଞ୍ଝାରପୁର ଠାରେ କଂଗ୍ରେସ ବୈଠକରେ ମତାମତ ସଂଗ୍ରହ କରାଯିବ । ଚର୍ଚ୍ଚାରେ ରହିଥିବା ନାମ ଗୁଡ଼ିକ କଂଗ୍ରେସ ମନୋଜ ରାଉତ, ସନ୍ତୋଷ ନନ୍ଦ, ମୁଥିତ କର, କୋରେଇ ବିଧାୟୀକା ପ୍ରାର୍ôଥନୀ ବନ୍ଦିତା ପରିଡ଼ା, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀନାଥ ମିଶ୍ର, ପୂର୍ବତନ ବିଧାୟକ ପ୍ରାର୍ଥି କିଶାନ ପଣ୍ଡା, ମାଗୁଣୀ ଚରଣ ଜେନା ଏମାନଙ୍କ ନାମ ଚର୍ଚ୍ଚାରେ ରହିଚ । ସମସ୍ତ କର୍ମକର୍ତ୍ତାଙ୍କ ଚୟନକୁ ନେଇ ସଭାପତି ଲୋକମତେ ପ୍ରାର୍ଥି ଘୋଷଣା କରାଯିବ ।

Related Posts

About The Author

Add Comment