ଯାଜପୁର, ୨୫/୦୮/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ଚକଗୋପାଳପୁର ଗ୍ରାମର ଧାବିକା ସ୍ୱର୍ଣ୍ଣପଦକ ବିଜେତା ଜିଲ୍ଲାର ଗର୍ବ ଗୌରବ ଆଣିଦେଇଥିବା କି୍ରଡ଼ା ଧାବିକା ଦୁତିଚାନ୍ଦ ଅର୍ଜ୍ଜୂନ ପୁରସ୍କାରରେ ସମ୍ମାନୀତ ହୋଇଥିବାରୁ ଅଂଚଳରେ ଖୁସିର ଲହରି ଏହି ଜି୍ଲାଲରେ ଖେଳି ଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ପହାଚ ପରେ ପାହାଚ ଚଢ଼ି ଗୋଟିଏ ଗରିବ ବୁଣାକର ପରିବାରେ ଜନ୍ମ ଗ୍ରହଣ କରିଥିବା ଦୁତିଙ୍କ ବାପା ମା ବାପା ଶିକ୍ଷକ ଶିକ୍ଷୟତ୍ରୀ କି୍ରଡ଼ା ଶିକ୍ଷକ ସୁସିରେ ବିଭୋର ହୋଇ ଉଠୁଛନ୍ତି । କୂଳ ବ୍ରହ୍ମଣୀ ନଦୀର ଛୋଟିଆ ଗାଁ ଚକ ଗୋପାଳପୁର ଯେଉଁ ଗ୍ରାମରେ ଜନ୍ମ ନେଇଛନ୍ତି ଦୁତିଚାନ୍ଦ ଏହି କ୍ରିଡ଼ାବିତ୍ ଧାବିକା ଦୁତିଚାନ୍ଦ ସ୍ୱର୍ଣ୍ଣପଦକ ହାସକ କରିବା ସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ୨୭ଜଣଙ୍କୁ ଅର୍ଜ୍ଜୁନ ପୁରସ୍କାର ଦିଆଯାଉଥିବା ବେଳେ, ତାହା ମଧ୍ୟରୁ ରହିଛନ୍ତି ଏହି ଛୋଟିଆ ଗାଁର ଝିଅ ଦୁତିଚାନ୍ଦ, ଅର୍ଜ୍ଜୁନ ପୁରସ୍କାର ପାଇବା ଘୋଷଣା ହେବାପରେ ଚକ ଗୋପାଳପୁର ଗ୍ରାମରେ ଖୁସିର ଲହିର ଖେଳିଯାଇଚି । ଗଣମାଧ୍ୟମ ପ୍ରତିନିଧି ମାନେ ଦୁତିଙ୍କୁ ଶୁଭକାମନା ଜଣାଇ ତାଙ୍କ ଦିର୍ଘଜୀବନ କାମନା କରିଛନ୍ତି ।
ଯାଜପୁର ଜିଲ୍ଲାକୁ ଗୌରବ ଆଣିଦେଇଛନ୍ତି ଦୁତିଚାନ୍ଦ
|
August 25, 2020 |



