ଯାଜପୁର ଜିଲ୍ଲା ପାଣି କୋଇଲି ଠାରେ ଟ୍ରାଫିକ୍ ଥାନା ଦିଗହରା ସାଜିଛି

Spread the love

ଯାଜପୁର ସଦର,: ୧୨/୪/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲାର ମୁଖ୍ୟ ପେଣ୍ଠସ୍ଥଳି ଭାବେ ପରିଚିତ ଥିବା କେନ୍ଦୁଝର,ଯାଜପୁର,ଭଦ୍ରକକୁ ସଂଯୋଗ ହେଉଥିବା ମୁଖ୍ୟ ରାସ୍ତା ପାଣିକୋଇଲି ଠାରେ ଟ୍ରାଫିକ୍ ଥାନା ଦାବି କରାଯାଇଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଏହି ପାଣିକୋଇଲି ଠାରେ ଦୁର୍ଘଟଣାରେ ଜୀବନ ହାନି ହେଉଥିବା ଦେଖିବାକୁ ମିଳୁଛି । ଯାହାକି ଜାତୀୟ ରାଜପଥ ଭାବେ କେନ୍ଦ୍ରବିନ୍ଦୁ ଅଟେ । ସୂଚନା ଯୋଗ୍ୟ ଯେ, ଦୁଇଟି ଜାତିୟ ରାଜ କେନ୍ଦ୍ରବିନ୍ଦୁ ସ୍ଥଳ ହୋଇଥିବା ବେଳେ ଏହା ଉପରେ ହଜାର ହଜାର ଗାଡି ଯାତାୟତ କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ଏଠାରେ ସୂଚନା ଯୋଗ୍ୟ ଯେ ଗ୍ରାଫିକ୍ ଥାନା ନ ଥିବାରୁ ଗ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ସ୍ଥାଇ ବସ୍‌ ଷ୍ଟାଣ୍ଡ ନ ଥିବାରୁ ବସ୍‌ ଗୁଡ଼ିକ ରାସ୍ତା ଉପରେ ଛିଡ଼ା ହେଉଥିବା ବେଳେ ଘରୋଇ ଗାଡ଼ି ଗୁଡ଼ିକ ରାସ୍ତା ଉପରେ ରହୁଥିବାରୁ ଅଧିକାଂଶ ସମୟରେ ଟ୍ରାଫିକ୍ ସମସ୍ୟା ଦେଖା ଦେଉଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ଘଣ୍ଟା ଘଣ୍ଟା ଅଟକି ରହୁଛି । ଏଠାରେ ଟ୍ରାଫିକ୍ ଥାନା ଟ୍ରଫିକ୍ ପୋଲିସ୍ ନ ଥିବାରୁ ନିୟନ୍ତ୍ରଣ ବାହାରକୁ ଯାଉଛି । ଯାହାକି ଟ୍ରାଫିକ୍‌ ପୋଲିସ୍ ନ ଥିବାରୁ ପାଣିକୋଇଲି ଥାନା ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଣିକୋଇଲି ପୋଲିସ୍ ପକ୍ଷରୁ କଷ୍ଟକର ହେଉଛି । ଜିଲ୍ଲ। ପୋଲିସ ହେଡ କ୍ଵାଟର ଠାରେ ରହି ଥିବା ବେଳେ ଟ୍ରାଫିକ ସମସ୍ୟା ପ୍ରତି ସରକାର ଗୁରୁତ୍ଵ ଦେଉନଥିବାରୁ ଧନଜୀବନ ହାନି ହେଉଛି I ଏହି ଚଣ୍ଡିଖୋଲ ଠାରେ ଏକ ଟ୍ରାଫିକ୍ ଥାନା ହୋଇଥିବା ବେଳେ ରାସ୍ତା ବନ୍ଦ ହେବାରୁ ଏଠାରେ ଟ୍ରାଫିକ୍ ଥାନା ଅଛି ବୋଲି ଜଣାଯାଇନାହିଁ । ବିନା କାରଣରେ ଟ୍ରାଫିକ୍ ବେବହାର ହେଉଛି ହେଉଛି। ଗୁରୁତ୍ଵପୂର୍ଣ୍ଣ ଜାଗାରେ ଟ୍ରାଫିକ୍ ପୋଲିସ୍ ନାହାନ୍ତି । ଟ୍ରାଫିକ ପୋଲିସ ସମସ୍ୟା ପାଇଁ ଲୁହାପଥର ବୋଝେଇ ଗାଡ଼ି ଗୁଡ଼ିକ ରାସ୍ତା ବନ୍ଦ ହୋଇଯାଉଛି । ପାଣିକୋଇଲି ଟ୍ରାଫିକ ଥାନା କରିବା ଟ୍ରାଫିକ ପୋଲିସ୍‌ ଦେବା ରାଜପଥ ବିଭାଗ ପରିବହନ ବିଭାଗ ପକ୍ଷରୁ ଏହାର ସମାଧାନ ପାଇଁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment