ଯାଜପୁର/୧୭/୦୩/(ସନ୍ଧାନ ନିଉଜ୍) ଯାଜପୁର ଜିଲ୍ଲା ଡୋଲିପୁର ଅବକାରୀ ପୋଲିସି ପଞ୍ଜାରେ ମଦମାଫିଆ । ଘଟଣାରୁ ପ୍ରକାଶ ବହୁଦିନ ଧରି ରଗଡ଼ି ଅଂଚଳରର ମହୁଲି ମଦ ସାମାର୍ଯ୍ୟ ଚଳାଇ ଆସୁଥିବା ନରୋତମ ଜେନା ଘର ଅଳତି ଅଞ୍ଚଳରେ ବୋଲି ଜଣା ପଡ଼ିଛି । ଆଗରୁ ବହୁ ବାର ଡୋଲିପୁର ଅବକାରୀ ପୋଲିସି ଧରିଥିଲେ ମଧ୍ୟ କରୋନା ମହାମାରୀ ଚାଲୁଥିବା ବେଳେ କେସ କରି ନୋଟିସ ବେଲେ୍ ରେ ଛାଡ଼ି ଦିଆଯାଇଥିଲା ।ପୁନ୍ନର୍ବାର ଏପରି ଆଉ ମହୁଲି ମଦ ବେପାର କରିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲା ତେବେ ବେପାର ବନ୍ଦନକରି ଗାଁ ଗାଁରେ ନିଜ ମୋଟର ସାଇକେଲ ଯୋଗେ କୋଚିଆଙ୍କ ନିକଟରେ ପହଁଚାଇ ଦେଉଥିଲା ।ଯାଜପୁର ଜିଲ୍ଲା ଅବକାରୀ ବିଭାଗ ମୁଖ୍ୟ ଅଧିକ୍ଷକ ଶ୍ରୀ ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶକ୍ରମେ ଡୋଲିପୁର ଅବକାରୀ ପୋଲିସ ଏସ୍ ଆଇ ଶ୍ରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକଟିମ ପଗଠନ କରି ପେଟ୍ରୋଲିଂଗ ସମୟରେ ନରୋତମ କୁ ରଗଡ଼ିଛକ ନିକଟରେ ୬୦ ଲିଟର ମହୁଲି ମଦ ସହ ସେଥିରେ ବ୍ୟବହାର ହେଉଥିବା ମଟର ସାଇକେଲରେ କୁ କାବୁ କରିବାରେ ସଫଳ ହେବା ସହ ଆସାମୀକୁ କୋଭିଡି ଟେଷ୍ଟ କରାଇ କୋର୍ଟରେ ହାଜର କରାଯାଇଥିଲା । ଡୋଲିପୁର ଅଞ୍ଚଳରୁ ଆଗରୁ ଅନେକ ଗିରଫ ହେଇଥିବା ବେଳେ ଆଗକୁ ଆହୁରି ଅନେଜ ଚୋରା ମଦ ମାଫିଆ ଗିରଫ ହେବେ ବୋଲି ଜଣା ଯାଉଛି ।ଏହି ବ୍ଲୁ ପ୍ରିଣ୍ଟରେ ଏସ୍ ଆଇ ପ୍ରଶାନ୍ତ କୁମାର ମହାନ୍ତି, ଏ ଏସ୍ ଆଇ ପ୍ରଦୋଷ ପରିଡ଼ା, କନେଷ୍ଟବଳ କ୍ଷୀରୋଦ କୁମାର ସାହୁ, ବିପିନି ପ୍ରଧାନ, ଶୁଭ ସ୍ମିତା ପ୍ରଧାନ ପ୍ରମୁଖ ସାମିଲ ଥିଲେ ।
ତାଜା ଖବର
- ପାଳିଆ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ୨୦୨୬,୦୨ ୧୦ ୨୦୨
- ଯାଜପୁରରେ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ୩୨ ଲକ୍ଷର ଫେରୋ ମାଙ୍ଗାନିଜ୍ ହଡ଼ପ ମାମଲାର ପର୍ଦ୍ଦାଫାଶ ମୁଖ୍ୟ ଅଭିଯୁକ୍ତ ଗିରଫ; ଟ୍ରକ୍, ବୁଲେଟ୍ ଓ ମୋବାଇଲ୍ ଜବତ
- ସୁନ୍ଧାପାନୀ ଜଙ୍ଗଲ ରେ ଭୟଙ୍କର ଗାଡି ଦୁର୍ଘଟଣା, ତିନି ଜଣ ଆହତ ଜଣେ ମୃତ୍ୟୁ
- ବଡ଼ଚଣା–ବାଲିଚନ୍ଦ୍ରପୁର ଆର୍. ଆଣ୍ଡ.ବି ରାସ୍ତାରେ ଭାରୀ ଯାନ ଚଳାଚଳ ଉପରେ ମାସେ ପାଇଁ କଟକଣା
- ଅକ୍ଟୋବର ଓ ନଭେମ୍ବର – ୨୦୨୬ ମାସ ନିମନ୍ତେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଲେଫ୍ରୀପଡା ପୋଲିସ ପକ୍ଷରୁ “ଆମ ପୋଲିସ ସମିତି “କାର୍ଯ୍ୟକ୍ରମ ଅନୁଷ୍ଠିତ
- ଅଧପନ୍ତରିଆ ଭାବରେ ପଡିଛି ବିରକାଳଡ଼ିହି ଖଡିଆ ପଡା ଭାଗବତ ଟୁଙ୍ଗି


