ଯାଜପୁର ସଦର, ୨/୩/୨୬ (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ରସୁଲପୁର ବକ୍ଲ ବନ୍ଧଡିହ ପଂଚାୟତର ମା ଭଗବତୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଯଜ୍ଞ ଅନୁଷ୍ଟିତ କରାଯାଇଥିବା ବେଳେ, ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଥିବା ବେଳେ, ବାପି ଦାସଙ୍କ ତତ୍ୱାବଧାନରେ ଭଜନ ସଂଧ୍ୟା ପରିବେଶଣ କରାଯାଇଥିଲା । ବିଭିନ୍ନ କଣ୍ଠଶିଳ୍ପୀ ମାନଙ୍କ କଣ୍ଠରୁ ଭଜନ ପରିବେଶଣ କରାଯାଇଥିବା ବେଳେ କାହ୍ନା ଭଜନ ସଂଧ୍ୟାର କଣ୍ଠଶିଳ୍ପୀ ରୋଜାଲିନ ଦାସଙ୍କ କଣ୍ଠରୁ ଭଜନ ସଂଧ୍ୟା ବହୁ ଉଚ୍ଚ କୋଟିର ହୋଇଥିବା ବେଳେ, କଣ୍ଠଶିଳ୍ପୀ ରୋଜାଲିନ ଦାସ ଦର୍ଶକ ମାନଙ୍କ ମନକୁ ଛୁଇଁଲା ଭଳି ଭଜନ ପରିବେଶଣ କରିବା ସହିତ ତାଙ୍କର କାଉଡିଆ ଗୀତ ନାଚ ବହୁତ ଉଚ୍ଚ କୋଟିର ହୋଇଥିଲା । ଦର୍ଶକ ମାନଙ୍କୁ ମତୁଆଲା କରିବା ସହିତ ମହିଳା ଏବଇ ଯୁବ ବନ୍ଧୁ ମାନଙ୍କୁ ନେଇ ନୃତ୍ୟ ପରିବେଶଣ କରିଥିବା ବେଳେ, ଏହି ନୃତ୍ୟରେ ରୋଜାଲିନ ଦାସ ଦର୍ଶକ ମାନଙ୍କ ମନକୁ ଛୁଇଁଲା ଭଳି ଗୀତ ପରିବେଶଣ କରିଥିଲେ । ଦର୍ଶକ ମାନଙ୍କ ପକ୍ଷରୁ ଶ୍ରୀମତୀ ଦାସଙ୍କୁ ପୁରସ୍କୃତ କରାଯାଇଥିଲା । କାହ୍ନା ଭଜନ ସଂଧ୍ୟାର ପ୍ରୋପାଇଟର ବାପି ଦାସଙ୍କୁ ମା ଭଗବତୀ ପୂଜା କମିଟି ପକ୍ଷରୁ ବିଷ୍ଣୁ ଚରଣ ଦାଶ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କାହ୍ନା ଭଜନ ସଂଧ୍ୟାର କଣ୍ଠଶିଳ୍ପୀ ମାନେ ଭଜନ ପରିବେଶଣ କରିଥରବା ବେଳେ, ରୋଜାଲିନ ଦାସଙ୍କ ସଙ୍ଗୀତ ବହୁ ଉଚ୍ଚ କୋଟୀର ହୋଇଥିଲା ।
ଯଜ୍ଞ ଅବସରରେ କାହ୍ନା ଭଜନ ସଂଧ୍ୟା ଅନୁଷ୍ଟିତ
|
March 2, 2026 |



