ବାରିପଦା, ୨୧/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ମୟୁରଭଞ୍ଜ ଜିଲ୍ଲାରେ ଦୈନିକ ଖରୋନା ପଜିଟିଭ ସଙ୍କ୍ରମଣକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ତଥ୍ୟ ପ୍ରଦାନ କରାଯାଇଥାଏ । ଏହା ସାମାଜିକ ଗଣମାଧ୍ୟମରେ ଓ ଅନ୍ୟ ମିଡ଼ିଆରେ ପ୍ରଚାର ପ୍ରସାର ହୋଇଥାଏ । ହେଲେ ଆଜି ସକାଳେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଆଜି ୧୮ ଜୁଲାଇ ଦିବା ୧୧ଟା ସମୟରେ ପ୍ରକାଶିତ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୨ ଜଣ ସଙ୍କ୍ରମିତ ହୋଇଥିବା ସୂଚନା ପ୍ରଦାନ କରାଯାଇଥିଲା । ସେଥି ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରେ ୩, ସ୍ଥାନୀୟ ବ୍ୟକ୍ତି ୧୭ ଓ କୋରାନା ଯୋଦ୍ଧା ୨ଜଣ ଥିବାର ଉଲ୍ଲେଖ ଥିଲା । ଆଜିର ତାଲିକାରେ ବଡସାହି, ବହଳଦା, କରଞ୍ଜିଆ, ଠାକୁରମୁଣ୍ଡା ବ୍ଲକରେ ଜଣେ ଲେଖାଏଁ, ଜାମଦା ବ୍ଲକ ଓ ବାରିପଦା ପୌରପରିଷଦ ଅଞ୍ଚଳରେ ୨ ଜଣ ଲେଖାଏଁ, ବେତନଟୀ, ରାସଗୋବିନ୍ଦପୁର ବ୍ଲକରେ ୩ ଜଣ ଲେଖାଏଁ ଓ ରରୁଆଁ ଓ ଶୁକ୍ରୁଳି ବ୍ଲକରେ ୪ ଜଣ ଲେଖାଏଁ ଥିବାର ସଙ୍କ୍ରମିତ ଥିବାର ସୂଚନା ଦିଆଯାଇଥିଲା । ହେଲେ ପରେ ଅନ୍ୟ ଏକ ତାଲିକାରେ ରାଇରଙ୍ଗପୁର ବ୍ଲକରେ ଜଣେ ସଂକ୍ରମିତ ଥିବା ତଥା ସେ କଟକରେ ଥିଲାବେଳେ ଚିହ୍ନଟ ହୋଇଥିବାର ସୂଚନା ଦିଆଯାଇଥିଲା । ତାହା ସାମାଜିକ ଗଣମାଧ୍ୟମରେ ତୁରନ୍ତ ପ୍ରଚାରିତ ହୋଇଥିଲା । ହେଲେ ଗୋଟିଏ ଦିନରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ନେଇ ଦୁଇ ଦୁଇଟି ପରିସଂଖ୍ୟାନ ଜାରୀ କରାଯିବା ନେଇ ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁର ଅଂଚଳର ଲୋକ ଦ୍ବନ୍ଦ୍ବରେ ପଡ଼ିଥିଲେ । ହେଲେ ପରେ ତାହାକୁ ପ୍ରତ୍ୟାହାର କରିନିଆଯାଇଥିଲା । କରୋନା ସଙ୍କ୍ରମଣ ନେଇ ପରିସଂଖ୍ୟାନ ଜାରୀ କରୁଥିଲା ବେଳେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏପରି ସମ୍ବେଦନଶୀଳ ବିଷୟ ପ୍ରତି ବିଶେଷ ଧ୍ୟାନ ଦେଇ ପ୍ରକୃତ ତଥ୍ୟ ଜାରି କରିଥିବା ଉଚିତ ବୋଲି ଜନମତ ପ୍ରକାଶ ପାଇଛି ।
ମୟୂରଭଞ୍ଜ ଜିଲ୍ଲାରେ କରୋନା ସଂକ୍ରମଣ ପରିସଂଖ୍ୟାନ ସମ୍ବନ୍ଧରେ ବିଭ୍ରାନ୍ତକାର ତଥ୍ୟ ପ୍ରଦାନ
|
July 21, 2020 |
![](https://sandhannews.com/wp-content/uploads/2020/02/corona-virus2.jpg)