ମୟୁରଭଞ୍ଜ/କରଞ୍ଜିଆ ୧୫/୬ (ସନ୍ଧାନ ନିୟୁଜ) ମୟୁରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିଲା ବେଳେ, ନିଶା କବଳରେ ପଡି ବହୁ ନିରୀହ ଲୋକେ ଅକାଳରେ ଜୀବନ ହାରୁ ଥିବା ସହିତ ବିଭିନ୍ନ ଅସାମାଜିକ କାର୍ଯ୍ୟ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ଆଖି ଦୃଷିଆ କାର୍ଯ୍ୟ କରୁ ନ ଥିବା ଦାବି କରି ୨ଜଣ ମଦ ମାଫିଆଙ୍କୁ ଧରି ଉତ୍ତମ ମଧ୍ୟମ ଦେବା ସହିତ କରଞ୍ଜିଆ ଚଦେଇଭୋଳ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି।
ଏପରି ଅଭାବନିୟ ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ ବଡ଼ଦେଉଳି ଗ୍ରାମ ପଞ୍ଚାୟତ ଭଅଁରା ଗ୍ରାମରେ ଆଜି ସନ୍ଧ୍ୟା ୫ ଘଟିକା ସମୟରେ ଜଣେ ମଦ ବେବ୍ୟସାୟୀ ଭଅଁରା ଗ୍ରାମକୁ ମଦ ପହଞ୍ଚାଇବା ସମୟରେ ଗ୍ରାମର ସତାଧିକ ସ୍ୱୟଂ ସହାୟକ ଗୋଷ୍ଟିର ମହିଳା ଏକ ଜୁଟହୋଇ ମଦ ବ୍ୟବସାୟୀଙ୍କୁ ଅଟକ ରଖି ଉତ୍ତମ ମଧ୍ୟମ ଦେବା ସହିତ ଅବକାରୀ ବିଭାଗ ଏବଂ କରଞ୍ଜିଆ ପୋଲିସ କୁ ଫୋନ ଯୋଗେ ଖବର ଦେଇଥିଲେ ସୁଦ୍ଧା କେହି ନ ଆସିବାରୁ ଗୋଷ୍ଟିର ଶତାଧିକ ମହିଳା ଏବଂ ପୁରୁଷ ମଦ ବେବ୍ୟସାୟୀ ଏବଂ ବିକ୍ରି କରୁଥିବା ମହିଳା ବ୍ୟବସାୟୀ ଙ୍କୁ ଧରି କରଞ୍ଜିଆ ଚଢେଇଭୋଳ ରାସ୍ତାରେ ଉଭୟଙ୍କୁ ବସାଇ ରାସ୍ତା ଅବରୋଧ କରିଥିଲେ।
ଗ୍ରାମ ବାସୀଙ୍କ ଅଭିଯୋଗ ଅନୁସାରେ ସେମାନେ ଦୀର୍ଘ ଦିନରୁ ବିଭଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଥିଲେ ମଧ୍ୟ ବିଭଗୀୟ ଅଧିକାରୀ ମାନେ ବ୍ୟବସାୟୀମାନଙ୍କୁଠୁ ମୋଟା ଅଙ୍କର ଉତ୍କୋଚ୍ଚ ନେଇ ମାମଲା ରଫା ଦଫା କରୁଥିବା ଅଭିଯୋଗ ହୋଇଛି।
ତେବେ ରଜପର୍ବ ଥିବାରୁ ଘର ମାନଙ୍କରେ ସବୁ ଦିନ ପରି ଝଗଡା ଆଶଙ୍କାକରି ଗୋଷ୍ଟିର ଶତାଧିକ ମହିଳା ଏକଜୁଟ ହଇ ମଦକୁ ବିରୋଧ କରି ରାସ୍ତା ଅବରୋଧ କରିବା ସାଙ୍ଗକୁ ମଦ ବ୍ୟବସାୟ କରୁଥିବା ବ୍ୟବସାୟୀ ଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେହି ପରି ମଦ ବିକ୍ରି କରୁଥିବା ଝୁମ୍ପୁଡି ଘର ସବୁ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇବା ସହିତ ବ୍ୟବସାୟୀ ଦ୍ୱୟଙ୍କୁ ଥାନାକୁ ଉଠାଇ ଆଣିଥିବା ଦେଖିବାକୁ ମିଳିଛି। ତେବେ ଏପରି ମଦ ବ୍ୟବସାୟୀ ଆଗକୁ ଯେପରି ଖୋଲାମେଲାରେ ବିକ୍ରି ନ ହେବ ସେଥିପ୍ରତି ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ତାଗିତ କରୁଥିବା ଦେଖିବାକୁ ମିଳିଥିଲା।
Report by Deepak