ମୟୁରଭଞ୍ଜ: ଟ୍ରଲର ପଛରେ ଧକ୍କା ଦେଲା ଅଟୋରିକ୍ସା, ଅଟୋ ଚାଳକ ମୃତ
ମୟୁରଭଞ୍ଜ: ଟ୍ରଲର ପଛରେ ଧକ୍କା ଦେଲା ଅଟୋରିକ୍ସା, ଅଟୋ ଚାଳକ ମୃତ
Manas Kumar Rout |
May 13, 2019 |

ମୟୁରଭଞ୍ଜ, ୧୩/୫ (ସନ୍ଧାନ ନିୟୁଜ) ଏକ ବୋଲେରୋ ଗାଡିକୁ ଆଇଟ ଦେବାକୁ ଯାଇ ଟ୍ରଲର ପଛପଟେ ଧକ୍କା ଦେଲା ଅଟୋରିକ୍ସା, ଫଳରେ ଘଟଣାସ୍ଥଳରେ ଅଟୋ ଚାଳକଙ୍କର ମୃତ୍ୟୁ ଘଟିଛି । ଖବର ଅନୁଯାୟୀ ଓଡି ୧୧ କିୟୁ ୮୧୩୬ ଅଟୋରିକ୍ସା ବାରିପଦା ଠାରୁ ଯଶିପୁର ଅଭିମୁଖେ ୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ବିଶୋଇ ଥାନା ଅଧିନସ୍ଥ ସୋନାପୋଷି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେରୋକୁ ସାଇଟ ଦେଉଥିବା ବେଳେ ଭାରସାମ୍ୟ ହରାଇ ଏକ ଟ୍ରଲର ପଛରେ ଧକ୍କା ଦେଇଥିଲା । ପ୍ରତେକ୍ଷଦର୍ଶୀଙ୍କ କହିବା ଅନୁସାରେ ଟ୍ରଲର ପଛରେ ଧକ୍କା ଦେବା ଫଳରେ ଚାଳକଙ୍କ ମୁଣ୍ଡ ଓ ଛାତିରେ ଜୋରରେ ମାଡ଼ ହେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଉକ୍ତ ଅଟୋରିକ୍ସାଟି ବାରିପଦା ୨୨ ନମ୍ବର ୱାର୍ଡ଼ର ସୁସ୍ମିତା ଧଳଙ୍କର ବୋଲି ଜଣାପଡ଼ିଛି । ମୃତକ ଚାଳକ ଜଣଙ୍କ ତାଙ୍କର ସମ୍ପର୍କୀୟ ପଙ୍କଜ ଧଳ ବୋଲି ଜଣାପଡ଼ିଛି, ତାଙ୍କ ପାଖରୁ ମିଳିଥିବା ମୋବାଇଲ୍ ଫୋନ୍ ଯୋଗେ ପରିବାର ଲୋକଙ୍କୁ ଜଣାଯାଇଛି । ଅଟୋରିକ୍ସାଟିରେ ଏକ ଖଟ ଓ ଫୁଲ ବୋଝେଇ ହୋଇ ଯାଉଥିଲା । ଘଟଣାର ଖବର ପାଇ ବିଶୋଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ମେଡିକାଲକୁ ପଠାଇଛି । ଏଥିସହ ଉଭୟ ଗାଡିକୁ ଜବତ କରି ନିଜ ଅକ୍ତିଆରକୁ ନେବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Related Posts
About The Author