ମେଧାବୀ ଛାତ୍ରୀ ରୋଜାଲିନ ହତ୍ୟା- ସନ୍ଦେହରେ ପୋଲିସ ଭୂମିକା; ବଢୁଛି ଜନଅସନ୍ତୋଷ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ

Spread the love

ଯାଜପୁର,( ସନ୍ଧାନ ନିଉଜ): ବାପା ତମେ ମୋ ପାଖକୁ ଆସିବା ଦରକାର ନାହିଁ । ତମ ପାଖରେ ମୋଟର ସାଇକେଲରେ ତେଲ ପକାଇବାକୁ ଟଙ୍କା ନଥିବ । ହେଲେ ବ୍ୟସ୍ତ  ହୁଅନା ଦିନ କେଇଟା ପରୋ ମୋ ଚାକିରୀ ହୋଇଯିବ । ତା ପରେ ତମର ସବୁ ଦଃୁଖ ଓ ଅଭାବର ଶେଷ ହେବ । ହେଲେ ପରଦିନ ଝିଅର ଶବ କଲେଜ ହଷ୍ଟେଲରୁ ଉଦ୍ଧାର ହେଲା । ମୋ ଝିଅକୁ ମାରିଦେଇ ଆତ୍ମହତ୍ୟା ରୂପ ଦେବାକୁ ଦଉଡିରେ ଟାଙ୍ଗି ଦେଲେ । ପୋଲିସ ସବୁଜାଣି ବି ଅପରାଧୀଙ୍କୁ ସୁରକ୍ଷା ଦେବା ଉଦ୍ୟମରେ ରହିଛି । ଘଟଣାର ୪୦ ଦିନ ପୁରିବାକୁ ଯାଉଛି ।ଗରୀବ ଝିଅଙ୍କୁ ମାରିଦେଲେ ବି କେହି ଶୁଣୁ ନାହାନ୍ତି ବୋଲି ଛାତି ଫଟାଇ ଘର ଆଗରେ ବାପା ମାଆଙ୍କ କାନ୍ଦ ସ୍ଥାନୀୟ ଅଂଚଳରେ ଘୋର ଆଲୋଡନ ସୃଷ୍ଟି କରିଛି । ଯାଜପୁର ଜିଲ୍ଲାର କୋରେଇ ଥାନା ଅନ୍ତର୍ଗତ ସରକାରୀ ପଲିଟେକନିକ କଲେଜ ରଗଡିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏହି କଲେଜରେ ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଡପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅରୋଜାଲିନଙ୍କ ମୃତ ଶବ ହଷ୍ଟେଲର ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଗତ ମାର୍ଚ୍ଚ ୨୮ ତାରିଖରେ ଉଦ୍ଧାର ହୋଇଛି । ହେଲେ ଏହାପରେ ପୋଲିସର କାର୍ଯ୍ୟଧାରା ଏବଂ କଲେଜ କତୃପକ୍ଷଙ୍କ ଆଚରଣ ନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଛି । ଏଥିନେଇ ରୋଜାଲିନଙ୍କ ବାପା ଅମୂଲ୍ୟ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନ କରୁଥିବାବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ୭ ଦିନ ମଧ୍ୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ଗତ ୧୭ ମାର୍ଚ୍ଚରୁ ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଯାଜପୁର ଏସ.ପିଙ୍କ କାର୍ଯ୍ୟାଳୟକୁ ନିର୍ଦ୍ଦେଶ ଆସିଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ପ୍ରଦାନ କରାଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ, ମେଧାବୀ ଛାତ୍ରୀ ରୋଜାଲିନ କଲେଜର ସମସ୍ତ କ୍ୟାମ୍ପସରେ ପ୍ରଥମ ହେଉଥିବାରୁ ଅନ୍ୟ କେତେକ ଛାତ୍ରୀ ଛାତ୍ର ଅସହିଷ୍ଣୁ ହୋଇ ରୋଜାଲିନଙ୍କୁ ବାରମ୍ବାର ଧମକାଉଥିଲେ । ଆଉ କୌଣସି କ୍ୟାମ୍ପସରେ ବସିଲେ ବାଷହଇ ମାରିଦେବୁ ବୋଲି ଧମକ ଦେଉଥିଲେ । ଏପରିକି ଅଶ୍ଳୀଳ ଫୋନ ମଧ୍ୟ କରୁଥିଲେ । ରୋଜାଲିନ ମୃତ୍ୟୁର ପୂର୍ବଦିନ ରାତି ୯ ଟା ପୂର୍ବରୁ ରୋଜାଲିନ ତାଙ୍କ ବାପାଙ୍କୁ ଫୋନ କରି ଜଣାଇଥିଲା ଯେ, ଦୁଇଜଣ ଛାତ୍ରୀ ଏବଂ ଛାତ୍ର ‘ତୁ ଆଉ ଏ କଲେଜରେ ପଢିପାରିବୁ ନାହିଁ’ ବୋଲି ଧମକ ଦେଇଥିଲେ । ଏହାପରେ ରାତି ୯ ଟାରେ ରୋଜାଲିନଙ୍କ ଠାରୁ କଲେଜର ନିୟମ ଅନୁସାରେ ଫୋନ ନିଆ ଯାଇଥିଲା ।ପରଦିନ ସକାଳେ ରୋଜାଲିନଙ୍କ ମୃତ୍ୟୁ ଶବ କଲେଜ ହଷ୍ଟେଲର ଶୋଇବା ଖଟ ଉପରେ ଥିବା ଫ୍ୟାନରେ ଝୁଲୁଥିଲା । ଯେଉଁ କୋଠରୀରେ ରୋଜାଲିନଙ୍କ ଶବ ଝୁଲୁଥିଲା ଉକ୍ତ ଫ୍ୟାନକୁ ରୋଜାଲିନଙ୍କ ହାତ ପାଇବ ନାହିଁ । ଉକ୍ତ କୋଠରୀରେ କୌଣସି ଷ୍ଟୁଲ ନଥିଲା । ହେଲେ ରୋଜାଲିନ କିପରି ଫ୍ୟାନରେ ରସି ଲଗାଇଲେ ବୋଲି ପ୍ରଶ୍ନର ଉତର ମିଳୁନାହିଁ । ରୋଜାଲିନ ନିଜ କୋଠରୀର କବାଟ ଭିତର ପଟରୁ ବନ୍ଦ କରି ରଖି ମୃତ୍ୟୁ ବରଣ କରିଥିବାରୁ କବାଟ ଭଙ୍ଗା ଯାଇ ରୋଜାଲିନଙ୍କ ଶବ ଝୁଲୁଥିବାର ଦେଖିବାକୁ ମିଳିଲା ବୋଲି କୁହାଯାଉଛି । ହେଲେ କବାଟ ଭଙ୍ଗା ଯିବାର କୌଣସି ସଂକେତ ଉକ୍ତ କବାଟରୁ ଦେଖିବାକୁ ମିଳୁନାହିଁ । ଏଭଳି ସମ୍ବେଦନଶୀଳ ଘଟଣାର ପ୍ରମାଣ ରଖବା ପାଇଁ କଲେଜ ତରଫଣୁ ମୋବାଇଲ ଭିଡିଓ ରେକର୍ଡିଂ ମଧ୍ୟ କରାଗଲା ନାହିଁ । ରୋଜାଲିନଙ୍କ ସହ ରହୁଥିବା ଛାତ୍ରୀ ଜଣକ ଠିକ ସେହିଦିନ ତାଙ୍କ ସହ ନିଜ ରୁମରେ ନଶୋଇ ଅନ୍ୟ ରୁମରେ କାହିଁକି ଶୋଇଥିଲେ? ରୋଜାଲିନ ନିଜର ମୃତ୍ୟୁ ଦିନଖରାବେଳେ ଏବଂ ରାତିରେ ଖାଇ ନଥିବାର କଲେଜ ତରଫରୁ କୁହାଯାଉ ଥିବା ବେଳେ ଏଥିନେଇ କଲେଜ ତରଫରୁ ତାଙ୍କ ପରିବାରକୁ କାହିଁକି ଜଣାଇ ନଥିଲେ? ରୋଜାଲିନଙ୍କ ଫୋନକୁ ରାତି ୯ ଟାରେ କଲେଜକତୃପକ୍ଷ କଲେଜର ନିୟମ ଅନୁସାରେ ଜବତ କରିଥିବା ବେଳେ ଉକ୍ତ ଫୋନରୁ ସିମ କୁଆଡେ ଗଲା? ସିମ ଲୁଚାଇଥିବା କଲେଜ କତୃପକ୍ଷଙ୍କ ଅପରାଧିକ ଆଭିମୁଖ୍ୟ ସ୍ପଷ୍ଟ ହେଉନାହିଁ କି? ଯେଉଁଥିପାଇଁ ରୋଜାଲିନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଯେତେ କାକୁତି ମିନତୀ ହେଲେ ମଧ୍ୟ ଉକ୍ତ ଫୋନକୁ ତାଙ୍କୁ ଧରାଇ ଦିଆଗଲା ନାହିଁ । ରୋଜାଲିନଙ୍କୁ ଧମକାଉଥିବା ଛାତ୍ର ଛାତ୍ରୀଙ୍କ ନାମ ଏତଲାରେ ଥିଲେ ମଧ୍ୟ ତାଙ୍କ ବିରୋଧରେ ଅଦ୍ୟାବଧି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କଳେଜ କତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ବେଳେ ଏଥିନେଇ ସାକ୍ଷୀ ଦେଇଥିବା ଛାତ୍ରଙ୍କୁ କଲେଜରେ କ୍ଲାସ କରାଇ ନଦେବା ନେଇ କଲେଜ କତୃପକ୍ଷ ଉଦ୍ୟମ କାହଇର୍କି କରିଥିଲେ? ରୋଜାଲିନଙ୍କ ମୃତ୍ୟ ଜାଣିବା ପରେ ବି ରୋଜାଲିନଙ୍କ ପରିବାରକୁ କଲେଜ ତରଫରୁ କାହିଁକି ଜଣାଗଲା ନାହିଁ? ପରିବାର ଲୋକ ଅନ୍ୟ ସୁତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଦଉଡିରୁ ଉଦ୍ଧାର କରିବା ପର୍ଯ୍ୟନ୍ତ କଲେଜ ତରଫରୁ କାହିଁକି ଶବକୁ ଖୋଲାଯାଇ ନଥିଲା? ଯଦି ଶବ ଦଡଡିରୁ ଖୋଲା ଯାଇ ନଥିଲା ତେବେ ଶବ ଥିବା ଖଟ ନିକଟରେ ବହୁ ସଂଖ୍ୟକ ପାଦଚିହ୍ନ କାହାର ଥିଲା? ଏଭଳି ବହୁ ଘଟଣା ଆଧାରରେ ରୋଜାଲିନଙ୍କ ମୁହଁରେ ତକିଆ ପକାଇ ଅଣ ନିଶ୍ୱାସୀ କରି ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେବାକୁ ଫ୍ୟାନରେ ଝୁଲାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଦାନଗଦୀରେ ଫୋଷ୍ଟମର୍ଟମ ରିପୋର୍ଟ ପ୍ରସ୍ତତରେ ବ୍ୟାପକ ଦୁର୍ନିତି ନିକଟ ଅତୀତରେ ପ୍ରମାଣିତ ହୋଇ ଜଣେ ଡାକ୍ତର ଗିରଫ ହୋଇଥିବା ବେଳେ ଏ କ୍ଷେତ୍ରରେ ମଧ୍ୟ ସେହିଭଳି ଦୁର୍ନିତି ହୋଇଛି । ପୋଷ୍ଟମର୍ଟମ ରିପୋର୍ଟକୂୁ ଅଭିଯୁକ୍ତମାନେ ନିଜ ଇଛାରେ ପ୍ରସ୍ତୁତ କରାଇ ନେଇଛନ୍ତି ବୋଲି ଅଭିଯୋଗ ହେଉଛି ।

Related Posts

About The Author

Add Comment