ମେଡିକାଲ ଅକ୍ସିଜେନ ଊତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାରଭିତ୍ତି ପ୍ରସ୍ତରସ୍ଥାପନକଲେମୁଖ୍ୟମନ୍ତ୍ରୀ

Spread the love

ଯାଜପୁର, ୨୪/୦୬/୨୦୨୧ (ସନ୍ଧାନ ନିଉଜ) : ଗୁରୁବାର ଅପରାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତରଳ ମେଡିକାଲ ଅକ୍ସିଜେନ (ଖଗଙ) ବ୍ୟବସ୍ଥା, ଚାପ ଅବଶୋଷଣ ପ୍ରଣାଳୀରେ ମେଡିକାଲ ଅକ୍ସିଜେନ ଉତ୍ପାଦନ ଓ ବଣ୍ଟନ (ଚଝଇ) ବ୍ୟବସ୍ଥାର ଭିତ୍ତି ପ୍ରସ୍ତର ସ୍ଥାପନ ଭିଡିଓ କନପଂରେନ୍ସ ମାଧ୍ୟମରେ କରିଚ୍ଥନ୍ତି ।ଏହି ବ୍ୟବସ୍ଥା ଦ୍ୱାରା ମେଡିକାଲ ଭିତ୍ତି ଭୂମିର ବିକାଶ ସହ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯାଇ ପାରିବ ବୋଲି ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ । ଆମ ପାଇଁ ପ୍ରତିଟି ଜୀବନ ମୁଲ୍ୟବାନ । ଆମ କୋଭିଡ ଯୋଦ୍ଧା ମାନଙ୍କର ଅକ୍ଲାନ୍ତ ଉଦ୍ୟମ, ଜନସାଧାରଣଙ୍କ ସହଯୋଗରେ କରୋନାର ୨ୟ ଲହରୀରେ ସୁଧାର ଆସିଛି । କିନ୍ତୁ ବିପଦ ହଟିନାହିଁ । କେତେକ ରାଜ୍ୟରେ ଡେଲ୍ଟା ଭାରି ଆଣ୍ଟ୍ର ଲକ୍ଷଣ ଦେଖା ଦେଲାଣି ତେଣୁ ଆମ ସମସ୍ତଙ୍କୁ ସତର୍କ ଓ ସଚେତନ ହେବାକୁ ପଡିବ । ଆମ ରାଜ୍ୟରେ ବର୍ତମାନ ସୁଧା ପ୍ରାୟ ୧ କୋଟିରୁ ଉର୍ଦ୍ଧ ଟୀକା କରଣ ସରିଲାଣି । ଜୀବନ ଓ ଜୀବିକାକୁ ସରକାର ଗୁରୁତ୍ୱ ଦେବାସହ ୧୬୯୦ କୋଟି ଟଙ୍କାର ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି । ପୂର୍ବରୁ ୧୫ଟି ଜିଲ୍ଲାରେ ତରଳ ମେଡିକାଲ ଅକ୍ସିଜେନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିବା ବେଳେ ଆଜି ୮ଟି ଜିଲ୍ଲାରେ ଭିର୍ତି ପ୍ରସ୍ତର ସ୍ଥାପନ ହୋଇଛି । ତେଣୁ ସରକାରଙ୍କର ମାର୍ଗ ଦର୍ଶିକାକୁ ପ୍ରତ୍ୟେକ ପାଳନ କରିବାକୁ ମୁଖ୍ୟ ମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏଥିରେ ଯୋଗ ଦେଇ ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ସରକାର ସାଧାରଣ ଜନତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବହୁବିଧ ବ୍ୟବସ୍ଥା କରିଚ୍ଥନ୍ତି ବୋଲି କହିଥିଲେ । ଉଭୟ ପିତା ମାତା କିମ୍ବା ଜଣଙ୍କର ଦେହାନ୍ତ ହେଲେ ଆଶୀର୍ବାଦ ଯୋଜନାରେ ଅସହାୟ ପିଲାମାନଙ୍କୁ ସହାୟତା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଅନ୍ୟ ରାଜ୍ୟକୁ ଅକ୍ସିଜେନ ଯୋଗାଇ ଜୀବନ ରକ୍ଷାକରି ମାନ୍ୟବର ମୁଖ୍ୟମନ୍ତ୍ରୀ ସମଗ୍ର ଦେଶରେ ଉଦାହରଣ ପାଲଟିଛନ୍ତି ବୋଲିକ ହିଶ୍ରୀ ପଣ୍ଡା ୩ୟ ଲହରକୁ ପ୍ରତିହତ କରିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଲୋକସଭା ସାଂସଦ ଶର୍ମିଷ୍ଠାସେଠୀ, ବଡଚଣାବିଧାୟକ ଅମର ପ୍ରସାଦ ଶତପଥୀ, ଯାଜପୁରବିଧାୟକ ପ୍ରଣବ ପ୍ରକାଶ ଦାସ, ସୁକିନ୍ଦା ବିଧାୟକ ପ୍ରିତିରଂଜନ ଘଡାଇ, ଧର୍ମଶାଳାବି ଧାୟକ ପ୍ରଣବ କୁମାର ବଳବନ୍ତ ରାୟ, କୋରେଇ ବିଧାୟକ ଅଶୋକକୁମାରବଳ, ବରୀବିଧାୟକସୁନନ୍ଦା ଦାସ ପ୍ରମୁଖଉପସ୍ଥିତରହିସ୍ୱାସ୍ଥ୍ୟସେବାରଭିତ୍ତିଭୂମିବିକାଶ ପାଇଁମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣକରିଥିଲେ । ଜିଲ୍ଳ୍ାପାଳଚକ୍ରୱର୍ତ୍ତୀସିଂହରାଠୋର ଏଥିରେ ଅଧ୍ୟକ୍ଷତାକରିବାସହଏହିତରଳ ଅକ୍ସିଜେନ ବ୍ୟବସ୍ଥା ଦ୍ୱାରାଲୋକମାନେ ବହୁତଉପକୃତହେବେବୋଲିକହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେଅତିରିକ୍ତଜିଲ୍ଳ୍ାପାଳ ଅକ୍ଷୟକୁମାରମଲ୍ଲିକ, ସିଡିଏମ୍ଓଡା. ବିରଞ୍ଚି ନାରାୟଣବାରିକ,ଏଡିଏମଓଡା. ସୁଧାଂଶୁଶେଖରବଳ, ଅନୁପ କୁମାରନାଥଶର୍ମା, ମହାମାରୀବିଶେଷଜ୍ଞଡା. ପାର୍ଥସାରଥି ମିଶ୍ରଓ ଅନ୍ୟାନ୍ୟ ଅଧିକାରୀ, ସ୍ୱାସ୍ଥ୍ୟବିଭାଗ ଅଧିକାରୀପ୍ରମୁଖଉପସ୍ଥିତ ଥିଲେ ।

Related Posts

About The Author

Add Comment