ମୁଠାଏ ଚାଉଳରେ ପାଠ ପଢା

Spread the love

ସୁନ୍ଦରଗଡ ତା:୨୦/୬/୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ )  ଗାଁ ଗାଁ ରେ ମୋ ଚାଟଶାଳୀ ଆରମ୍ଭ ହୋଇଛି । କରୋନା ମହାମାରୀ ସମୟରେ ପାଠ କୁ ମନେ ପକାଇ ତାର ପୁନରାବୃତ୍ତି କରାଯାଉଛି । ହେଲେ ଆଜି ଗୋଟିଏ  ଗାଁ ରେ ଦେଖିବାକୁ ମିଳିଥିଲା ନିଆରା ଦୃଶ୍ୟ ମୁଠି ଭିକ୍ଷାରେ ପାଠପଢା ଚାଲିଛି । ସୁନ୍ଦରଗଡ ଜିଲ୍ଲା ହିମଗିର ବ୍ଲକ ଅନ୍ତର୍ଗତ ବୁଡାଝରିଆ ଗ୍ରାମରେ ଦେଖିବାକୁ ମିଳିଛି ଏହି ନିଆରା ଦୃଶ୍ୟ। ସୁନୀତି କିଷାନ ନାମକ ଜଣେ ଆରମ୍ଭ କରିଥିବା ଏହି ଚାଟ ସାଳି ପାଇଁ ସେ ଅଞ୍ଚଳରେ ବେଶ ଲୋକପ୍ରିୟ ହୋଇଛନ୍ତି । ଏହି ଚାଟ ଶାଳୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ହେଉଛି । କରୋନା ମହମାରୀର ଆଜିକୁ ପ୍ରାୟ ପାଞ୍ଚ ମାସ ଧରି ଏହି ପାଠପଢା ଅନବରତ ଚାଲିଛି । ପାଠପଢ଼ାରେ ଯୋଉ ମୁଠାଏ ଚାଉଳ ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କ ଠାରୁ ମିଳିଥାଏ ତାହା ସେ ନିଜ ପରିବାର ର ଭୋକ ମେଣ୍ଟାଇବା ସହିତ ମହାମାରୀ ସମୟରେ ଅସୁବିଧା ରେ ଥିବା ଲୋକମାଙ୍କୁ ସେ ସହଯୋଗର ହାତ ବଢାଇଛନ୍ତି ।

Related Posts

About The Author

Add Comment