ରାଉରକେଲା, ୦୮/୧୦/୨୦ (ସନ୍ଧାନ ନିଉଜ) : ଆଜି ଗୁରୁବାର ସକାଳ ପ୍ରାୟ ୫ଟାରେ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ଫର୍ଟିଲାଇଜର ଟାଉନସିପ ଅଂଚଳରେ ବାସ କରୁଥିବା ଅବସରପ୍ରାପ୍ତ ଆରଏସପି କର୍ମଚାରୀ ନବ କିଶୋର ସାମଲଙ୍କ ପରଲୋକ ଗମନ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନରୁ ଅସୁସ୍ଥ ରହି ଚିକିତ୍ସିତ ହେଉଥିଲେ । ତାଙ୍କର ଅନ୍ତେଷ୍ଟି କ୍ରିୟା ବେଦବ୍ୟାସ ସ୍ଥିତ ଶଶ୍ମାନ ଘାଟରେ କୋଭିଡ଼ କଟକଣାରେ ସମ୍ପନ୍ନ ହୋଇଛି । ସାନ ପୁତ୍ର ସତ୍ୟ ନାରାୟଣ ସାମଲ ମୁଖାଗ୍ନି ଦେଇଥିଲେ । ସେ ଜଣେ ଧର୍ମ ପରାୟଣ, ପରୋପକାରୀ, ବନ୍ଧୁବତ୍ସଳ, ମେଳାପି, ମିଷ୍ଟଭାଷୀ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କ ସାନପୁତ୍ର ସତ୍ୟ ନାରାୟଣ ସାମଲ ଏକ ଓଡ଼ିଆ ଦୈନିକ ଖବରକାଗଜରେ ସାମ୍ବାଦିକ ଭାବେ ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀରେ କାର୍ଯ୍ୟରତ ଅଛନ୍ତି । ସ୍ୱର୍ଗତ ନବ କିଶୋର ସାମଲଙ୍କ ବନ୍ଧୁ ଓ ପରିଜନ ଅମର ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ମିଡ଼ିଆ କର୍ମିୀଙ୍କ ପିତୃ ବିୟୋଗ
|
October 8, 2020 |
