ମିଶନ ଶକ୍ତି ମହିଳାଙ୍କୁ ଡରାଉଛନ୍ତି ବିଜେପି ନେତା: ବିଜେଡି

Spread the love

ଭୁବନେଶ୍ବର/ସନ୍ଧାନ ନ୍ୟୁଜ: ସମ୍ବଲପୁରରେ ବିଜେପି ନେତା ମିଶନ ଶକ୍ତି ମହିଳାଙ୍କୁ ଡରାଉଥିବା ଅଭିଯୋଗ । କେବଳ ଡରାଉ ନାହାନ୍ତି ଖରାପ ଭାଷାରେ ଗାଳିଗୁଲଜ କରିବା ସହ ଧମକଚମକ ଦେଉଥିବା ଅଭିଯୋଗ ନେଇ ସିଇଓଙ୍କୁ ଫେରାଦ ହେଲା ବିଜେଡି ।ସମ୍ବଲପୁର ଜିଲ୍ଲାର ପୂର୍ବତନ ଏମପିଙ୍କ ନୋମିନି ତଥା ବିଜେପି ନେତା ନରେଶ ସିଂ ଠାକୁରଙ୍କ ବିରୋଧରେ ହୋଇଛି ଏମିତି ଅଭିଯୋଗ । ବାମରା ବ୍ଲକର ଏମବିକେ, ଆଶା, ଅଙ୍ଗନୱାଡ଼ି କର୍ମୀଙ୍କୁ ଡରାଇବା ଓ ଧମକାଇବା ସହିତ ଫୋନରେ ଅଶୀଳ ଭାଷାରେ ଗାଳି କରୁଛନ୍ତି । ଏହାର ଏକ ଅଡିଓ ରେକର୍ଡିଂକୁ ନିର୍ବାଚନ କମିଶନଙ୍କ ପାଖରେ ଦେଇ ସମ୍ପୃକ୍ତ ମହିଳାଙ୍କ ସୁରକ୍ଷା ଦାବି କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି । ବିଜେପି ନେତାଙ୍କ ଭୟରେ ଏମବିକେ, ଏସଏସଜି ମହିଳାମାନେ ଘରୁ ବାହାରି ପାରୁନାହାନ୍ତି । ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଦି ଏବେ ଚରମ ସୀମାରେ ପହଁଚି ଥିବା ଅଭିଯୋଗ କରି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସିଇଓଙ୍କୁ ନିବେଦନ କରିଛି ବିଜେଡି । ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ବ୍ଲକ ଅଞ୍ଚଳର ବିଜେପି ନେତା ଏବେ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି । ମିଶନ ଶକ୍ତିରେ କାମ କରୁଥିବା ମହିଳାଙ୍କ ବ୍ୟକ୍ତିଗତ ଜୀବନରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କର ଫୋନ ଟାପିଂ କରୁଛନ୍ତି । ପୁଣି ଧମକଚମକ ଦେଉଛନ୍ତି । ବିଜେପି ନେତାଙ୍କ ମାନସିକ ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ମହିଳାମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି ।

Related Posts

About The Author

Add Comment