ଯାଜପୁର ସଦର,୧୬ା୧୧: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ମିଶନ ଶକ୍ତି ମହିଳା ଗ୍ରୁପ ଏକ ଜଳଖିଆ ଦୋକାନ କରି ଆତ୍ମନିର୍ଭରଶିଳ ହେବା ସହିତ ରୋଜଗାର କ୍ଷମ ହୋଇଥିବା ଦେଖିବାକୁ ମିଳିଚି । ଏହି ମହିଳା ମାନଙ୍କୁ ପଂଚାୟତରେ ଉଚ୍ଚ ପ୍ରଶଂସା କରାଯାଉଚି । ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ବଡ଼ି, ପାମ୍ପଡ଼, ଆଚର ତିଆରି କରିବା ସହିତ ଧୂପକାଠୀ ତିଆରି କରି ପରିବାର ପ୍ରତିପୋଷଣ କରୁଥିବା ଦେଖିବାକୁ ମିଳିଚି । ଆର୍ôଥକ ବିକାଶ ଦିଗରେ ସହାୟକ ହେଉଥିବା ବେଳେ, ବ୍ରହ୍ମବରଦା ପଂଚାୟତର ଏକ ମିଶନ ଶକ୍ତି ମହିଳା ମାନେ ଏକ ଜଳଖିଆ ଦୋକାନ ଖୋଲିଛନ୍ତି । ଯାହାକି ଏ ଅଞ୍ଚଳରେ କମ ଦିନ ମଧ୍ୟରେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥିବା ବେଳେ, ଏହି ଜଳଖିଆ ଦୋକାନ କରିଥିବା ମହିଳା ମାନେ ସୁଲଭ ମୂଲ୍ୟରେ ଘୁଗୁନି, ବରା, ଦହିବରା, ଆଳୁଦମ ଏବଂ ରସଗୋଲା ତିଆରି କରି ଗ୍ରାହକ ମାନଙ୍କୁ ସୁବିଧା ଦରରେ ଯୋଗାଉଛନ୍ତି । ବ୍ରହ୍ମବରଦା ତାରିଣୀ ଛକ ନିକଟରେ ମିଶନ ଶକ୍ତି ଗ୍ରୁପର ମହିଳା ମାନେ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରିବା ସହିତ ମିଶନ ଶକ୍ତି ସମ୍ପାଦିକା ରେଣୁକା ଗିରି, ସଭାନେତ୍ରୀ ପୁଷ୍ପଲତା ଦାସ, କୋଷାଦକ୍ଷ ଇଦନ ବିବି, ଅହଲ୍ୟା ମଣ୍ଡଳ, ସଂଧ୍ୟାରାଣୀ ଦାସ, କମଳା ବେହେରା, ତରୁଲତା ମଣ୍ଡଳ, ପ୍ରମିଳା ବେହେରା, ସଂଯୁକ୍ତା ଦାସ, ରହିମା ବିବି ଏବଂ ଗ୍ରୁପର ଅନ୍ୟ ସଦସ୍ୟମାନେ କାର୍ଯ୍ୟକରି ଉଚ୍ଚ ପ୍ରଶଂସା ପାଉଥିବା ଦେଖିବାକୁ ମିଳିଚି ।
ମିଶନ ଶକ୍ତି ମହିଳା ମାନେ ଆତ୍ମନିର୍ଭରଶୀଳ ହେଲେ(
|
November 20, 2023 |
![](https://sandhannews.com/wp-content/uploads/2023/11/16-Misan-Shakti.jpeg)