ଯାଜପୁର, ୦୫/୦୩/୨୦୨୨ (ସନ୍ଧାନ ନିଉଜ) : ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଶତ ପ୍ରତିଶତ ଟୀକାକରଣ ଅଭିଯାନ ଲକ୍ଷ ନେଇ ଯାଜପୁର ଜିଲ୍ଲାରେ ସଘନ ମିଶନ ଇନ୍ଦ୍ରଧନୁଷ୍ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଛି । ଆଜି ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିସାôଳୟ ସମ୍ମିଳନୀ କକ୍ଷରେ ଏକ ବୈଠକର ଆୁୟୋଜନ କରା ଯାଇଥିଲା । ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ଆନୁକୁଲ୍ୟରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ବିରଞ୍ଚି ନାରାୟଣ ବାରିକ ଅଧ୍ୟକ୍ଷତା କରି କହିଲେ ଯେ ଟୀକାକରଣରେ ଶେଷ୍ଠତା ପ୍ରତିପାଦନ କରିଥିବା ଯାଜପୁର ଜିଲ୍ଲା କୋଭିଡ୍ ମହାମାରୀ ସମୟରେ ଲୋକମାନଙ୍କ ଭୟ ଯୋଗୁ ୯୨ ପ୍ରତିଶତରୁ ୮୦ ପ୍ରତିଶତକୁ ଖସି ଆସିଛି । ମିଶନ୍ ଇନ୍ଦ୍ରଧନୁଷ୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଏହାକୁ ପୁଣି ଶତ ପ୍ରତିଶତ ସଫଳ କରାଇ ପାରିବା । ଏଥିପାଇଁ ଆଶା କର୍ମୀ, ଏଏନଏମ ଓ ଅଙ୍ଗନବାଡି କର୍ମ•ରୀମାନେ ବିଶେଷ ଯନôବାନ ହେବା ଦରକାର । ଏହାର ସଫଳ ରୂପାୟନ ପାଇଁ ଶ୍ରୀ ବାରିକ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ଟୀକାକରଣ କାର୍ଯ୍ୟକ୍ରମ ତିନି ଗୋଟି ପର୍ଯ୍ୟାୟରେ ହେବ ବୋଲି ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରି ଡା. ଶିବାଶିଷ ମହାରଣା ପ୍ରକାଶ କରିଥିଲେ । ଏହା ଯଥାକ୍ରମେ ମାର୍ଚ୍ଚ ୭ ତାରିଖ, ଏପ୍ରିଲ୍ ୪ ତାରିଖ ଓ ମେ ୨ତାରିଖରୁ ଆରମ୍ଭ ହୋଇ ସପ୍ତାହ ବ୍ୟାପି ଚାଲିବ । ଏଥିରେ ଟୀକା ନେଇ ନ ଥିବା ଅଥବା ଆଂଶିକ ଭାବେ ଟୀକା ନେଇଥିବା ଗର୍ଭବତୀ ମହିଳା ଓ ଶିଶୁ ଏବଂ ୨୦୨୦ ଫ୍ରେବୃୟାରି ମଧ୍ୟରେ ଅବା ପରେ ଜନ୍ମ ଗ୍ରହଣ କରିଥିବା ଶିଶୁମାନେ ଏହି ମିଶନରେ ଅନ୍ତର୍ଭୁକ୍ତ ହେବେ । ଯେଉଁ ଶିଶୁମାନେ ଘରେ ଜନ୍ମ ଗ୍ରହଣ କରିଛନ୍ତି, ସହରର ବସ୍ତି ଅଞ୍ଚିଳ, ଆଦିବାସୀ ଅଞ୍ଚଳ, ଅନାଥାଶ୍ରମ, ବନ୍ଦୀଶାଳା, ପ୍ରବାସୀ ଶ୍ରମିକ, ଅପହଞ୍ଚ ସ୍ଥାନ ଓ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡିକୁ ବିଶେଷ ଭାବେ ଧ୍ୟାନ ଦିଆଯିବ ବୋଲି ଶ୍ରୀ ମହାରଣା ବିଭାଗୀୟ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ମିଶନ ଇନ୍ଦ୍ରଧନୁଷର ସଫଳ ପ୍ରଚାର ପ୍ରସାର ପାଇଁ ଲିଫ୍ଲେଟ୍, ବ୍ୟାନର, ଏବଂ ସାମାଜିକ ଗଣମାଧ୍ୟମ ମାନଙ୍କରେ ପ୍ରଚାର କରାଯାଇ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ କହିଥିଲେ ।
ଆଜିର ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧ୍ôକାରୀ (ଲେପ୍ରୋସି) ଡା. ଶିବ ପ୍ରସାଦ ସାହୁ, ଡି.ପି.ଏମ. ଚିନ୍ମୟ ବରାଳ, ରଜତ କୁମାର ମିଶ୍ର, ଶ୍ରୀମତି ରୁକ୍ମିଣୀ ବେହେରା, ଶୁଭ୍ରଜିତ୍ ପୃଷ୍ଟି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରି ସରୋଜ କୁମାର ଶତପଥୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍କୁଲର ପ୍ରଧାନ ଶିକ୍ଷକ ଓ ମସଜିଦର ଇମାମ ମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।



