ସୁନ୍ଦରଗଡ ତା:୨/୧/୨୦୨୬( ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ସବଡେଗା ଲ୍ୟାମ୍ପସ ପରିସରରେ ଆଜି ଧାନ କିଣା କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି କ୍ରମରେ କଟନି ଛଟନି କୁ କେନ୍ଦ୍ରକରି ସୁନିଶ୍ଚିତ ମତ ନ ହେବା କାରଣରୁ ଚାଷୀ ମହଲରେ ଅସନ୍ତୋଷ ବ୍ଦେଖାଦେଇଥିଲା । ବିଗତ ବର୍ଷ ମରୁଡି ଥାଉ ମଧ୍ୟ ଧାନ କିଣାରେ ୩କିଲୋ କଟନି ଛଟନିରେ ସ୍ଥିର ହୋଇ ଥିବାବେଳେ ଚଳିତ ବର୍ଷ ଧାନ ଭଲ ହୋଇଥିବା ବେଳେ ୩ କିଲୋରୁ ଅଧିକ କଟନି ଛଟନି କରିବା ମିଲର ପକ୍ଷରୁ ମତ ରହିଥିବା ବେଳେ ଚାଷୀ ଅସନ୍ତୋଷ ହୋଇ ଧାନ ମଣ୍ଡି ବନ୍ଦ କରିବାପାଇଁ ସ୍ଥିର କରିଥିଲେ । ତା ସହିତ ୩ କିଲୋରେ ସହମତି ନ ହେବାରୁ ଧାନ ମଣ୍ଡି ବନ୍ଦ କରାଯିବା ସହିତ ଆଗାମୀ ତା: ୮/୧/୨୦୨୬ ଆଗରୁ ସମାଧାନ ନ ହେଲେ ଲ୍ୟାମ୍ପସ ମୁଖ୍ୟ ରାସ୍ତା ସହିତ ରାଜରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଥିବା ଜଣାପଡିଛି ।ସରକାର ଧାନ ମଣ୍ଡି ରେ କଟନି ଛଟଣୀ ବନ୍ଦ କରିବାକୁ କହୁଥିବା ବେଳେ ମିଲର ଙ୍କ ଦାଦାଗିରି ଏକ ଅନ୍ୟ ଦିଗକୁ ଇଙ୍ଗିତ କରିଥିବା ଦେଖିବାକୁ ମିଳିଛି । ଏଥିରେ ବିଭାଗୀୟ ଅଧିକାରୀ ସହିତ ମିଲର ମଧୂଚନ୍ଦ୍ରିକା ଘଟିଥିବା ଚାଷୀ ମହଲରେ ଚର୍ଚା ହେଉଛି ।ଏପରି ପରିସ୍ଥିତି ପ୍ରତ୍ୟେକ ଧାନ ମଣ୍ଡି ରେ ଥିବା ବେଳେ ଚାଷୀ ଚିନ୍ତାରେ ରହୁଥିବା ଦେଖିବାକୁ ମିଳିଛି । ଛୋଟ ଚାଷୀ ଅସୁବିଧା ସହି ନ ପାରି ଦଲାଲ ମାନଙ୍କ ହାତରେ କମ ଦରରେ ଧାନ ବିକ୍ରି କରୁଥିବା ସହିତ ଅନେକ କ୍ଷତି ସହୁଥିବା ସୂତ୍ରରୁ ଜଣାପଡୁଛି । କେତେକ ଲ୍ୟାମ୍ପସ ରେ ଦଲାଲ ମାନେ ବିଭାଗୀୟ କର୍ତୃପକ୍ଷ ଙ୍କ ସହ ମିଶି ଗରିବ ଚାଷୀଙ୍କ ଠାରୁ କମ ଦାମରେ ଧାନ କିଣି ମଣ୍ଡି ପରିସର କବଜା କରି ନେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।ଦେଖିବାକୁ ବାକି ରହିଲା ସରକାରଙ୍କ ପ୍ରତିଶ୍ରୁତି କାର୍ଯ୍ୟ କରିବ ନା ଦଲାଲ ଙ୍କ ମନମୁଖୀ କାର୍ଯ୍ୟ ।
ମିଲରଙ୍କ ମାରଣା ନୀତି କୁ ନେଇ ସବଡେଗା ମଣ୍ଡି ବନ୍ଦ କଲେ ଚାଷୀ, ସପ୍ତାହେ ଭିତରେ ଉଚିତ୍ ସମାଧାନ ନ ହେଲେ ରାସ୍ତା ଅବରୋଧ
|
January 2, 2026 |



