ଭୁବନେଶ୍ଵର ୦୯/୦୫ (ସନ୍ଧାନ ନ୍ୟୁଜ) : ଓଡିଶା ଶୁଟର ଶ୍ରୀୟଙ୍କା ଷଢ଼ଙ୍ଗୀ ୧୦ ମିଟର ଏୟାର ରାଇଫଲ୍ ମିକ୍ସ୍ଡ ପ୍ରତିଯୋଗିତାରେ ଗଗନ ନାରଙ୍ଗଙ୍କ ସହିତ ପ୍ଲେଂଜନରେ ଚେକ୍ ରିପବ୍ଲିକ୍ ଗ୍ରାଁପି ଲିବେରେସନ୍ ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିବା ପୂର୍ବରୁ, ଷଢ଼ଙ୍ଗୀ ଗତକାଲି ୫୦ ଏମ ମିଶ୍ରିତ ରାଇଫଲ୍ ପ୍ରତିଯୋଗିତାରେ ନାରଙ୍ଗଙ୍କ ସହିତ ଖେଳି ରୌପ୍ୟ ପଦକ ଜିତିଥିଲେ।ପୁରୁଷ ଏୟାର ପିଷ୍ଟଲ ରେ, ମନ୍ଦୀପ ସିଂହ ଚତୁର୍ଥ ସ୍ଥାନରେ ରହିଥିବା ବେଳେ, ହରପ୍ରୀତ ସିଂହ ୨୫ ମିଟର ସେଣ୍ଟର ଫାୟର ପିସ୍ତଲ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ଜୀତିଛନ୍ତି। ଅନ୍ନୂ ରାଜ ସିଂହ ମହିଳାମାନଙ୍କର ୨୫ ମିଟର ସ୍ପୋର୍ଟ୍ସ ପିଷ୍ଟଲରେ ଚତୁର୍ଥ ଏବଂ ଏୟାର ପିଷ୍ଟଲରେ ଅଷ୍ଟମ ସ୍ଥାନରେ ଅଛନ୍ତି।
ମିକ୍ସଡ୍ ଇଭେଣ୍ଟରେ ଓଡ଼ିଆ ଝିଅ ଶ୍ରୀୟଙ୍କା ଷଢ଼ଙ୍ଗୀଙ୍କୁ ସ୍ୱର୍ଣ୍ଣ
|
May 9, 2019 |
