ମାଳହାଟର ତ୍ରୟୋଦଶ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଓ ୭୫ ତମ ଦିତୀୟ ଦୋଳ ମହୋତ୍ସବ ପ୍ରସ୍ତୁତି ବୈଠକ

Spread the love

ଜେନାପୁର/ ୨୨/୦୨/ ସନ୍ଧାନ ନିଉଜ୍/ ଧର୍ମଶାଳା ବ୍ଲକ୍ ଏଣ୍ଡଳବା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସାତମୌଜା ସାଂସ୍କୃତିକ ପରିଷଦ ମାଳହାଟ ମେଲଣ କମିଟି ତରଫରୁ ଆଜି ଏକ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଥିଲା, ଏହି ଆଲୋ ଚନାରେ କମିଟିର ସ୍ଥାୟୀ ସଭାପତି ଶ୍ରୀ କାଳନ୍ଦୀ ଚରଣ ପାଣି ସଭାପତିତ୍ବ କରିଥିଲେ, ଏହି ପ୍ରସ୍ତୁତି ବୈଠକରେ ତ୍ରୟୋଦଶ ବିଶ୍ଵଶାନ୍ତି ମହାଯଜ୍ଞ ଓ ମାଳହାଟ ୭୫ ତମ ମେଲଣ ପର୍ବ ବିଷୟରେ ଆଲୋଚନା ହୋଇଥିଲା, ଚଳିତ ମାସ ୨୬ ତାରିଖରେ ତ୍ରୟୋଦଶ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହେବାକୁ ନିଷ୍ପତି ନିଆଯାଇଥିଲା । ଏହି ବିଶ୍ଵଶାନ୍ତି ମହାଯଜ୍ଞ ଦିର୍ଘ ପାଞ୍ଚଦିନ ବ୍ୟାପି ପାଳନ କରାଯିବ, ଏଥିରେ ସାତ ମୌଜାରୁ ମୋଟ୍ ୨୧ ଜଣ କଳସ ବୁଡ଼ାଇ ବାକୁ ନିର୍ଦ୍ଧିଷ୍ଟ କରାଯାଇଥିଲା, ଏହି ବିଶ୍ଵଶାନ୍ତି ମହାଯଜ୍ଞରେ ଭଜନ,କୀର୍ତ୍ତନ, ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦୋଳି ମିନା ବଜାର ଓ ବିଭିନ୍ନ ପ୍ରକାରର ଦୋକାନ ବଜାର ବସିବାକୁ ନିଷ୍ପତି ନିଆଯାଇଥିଲା, ଏବଂ ଆସନ୍ତା ମାର୍ଚ୍ଚ ୦୯.୦୩.୨୩.ରିଖ ଗୁରୁବାର ଦିନ ହେବାକୁ ଥିବା ୭୫ ତମ ମେଲଣ ମହୋତ୍ସବ ଲାଗି ମୋଟ ୧୫ ଗୋଟି ବିମାନ ଆସିବାକୁ କମିଟିରେ ଆଲୋଚନା ହୋଇଥିଲା, ବିଶ୍ଵଶାନ୍ତି ମହାଯଜ୍ଞ ଓ ୭୫ ତମ ମାଳହାଟ ମେଲଣ ପର୍ବକୁ ଆସିବାକୁ ସାତମୌଜା ସାଂସ୍କୃତିକ ପରିଷଦ ମାଳହାଟ ମେଲଣ କମିଟି ତରଫରୁ ଅନୁରୋଧ କରିଛନ୍ତି।

Related Posts

About The Author

Add Comment