ଯାଜପୁର ସଦର, ୨୪ା୦୬: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଅର୍ଥଙ୍ଗା ପଂଚାୟତର ବଡ଼ଚଅପୋଇ ଗ୍ରାମର ପିତାମ୍ବର ଜେନାଙ୍କ ଝୀଅ ବ୍ରହ୍ମବରଦା +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଠ ପଢ଼ୁଥିବା ବେଳେ, ଛାତ୍ରୀଙ୍କ ୨ଟି କିଡ଼ନି ନଷ୍ଟ ହୋଇଥିବାରୁ ନୂତନ କିଡ଼ନି ରୋପଣ କରାଯିବା ଲାଗି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଆର୍ଥିକ ସହାୟତା ଯୋଗାଇ ଦେବାଲାଗି ଛାତ୍ରୀଙ୍କ ବାପା ପିତାମ୍ବର ଜେନା ଦାବି କରିଛନ୍ତି । ବିଭିନ୍ନ ଗଣମାଧ୍ୟମରେ ଏହି ଛାତ୍ରୀଙ୍କୁ ଆର୍ଥିକ ସହାୟତା ଦେବାଲାଗି ଦାବି କରାଯାଉଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି କଲେଜ ଛାତ୍ରୀ ବିଭିନ୍ନ ମେଡ଼ିକାଲେ ଚିକିତ୍ସା କରି ତାଙ୍କ ବାପା ସର୍ବଶାନ୍ତ ହୋଇଛନ୍ତି । ଯାହାକି ବି.ଏସ କେୟାର କାର୍ଡ଼ରେ ଆର୍ଥିକ ସହାୟତା ୧୦ଲକ୍ଷ ଟଙ୍କା ରହିଥିବା ବେଳେ, ରାଜଲକ୍ଷ୍ମୀଙ୍କ ବାପା ମେଡିକାଲରେ ଚିକିତ୍ସ କରିବା ପାଇଁ କାର୍ଡ଼ରୁ ପଇସା ସରିଯାଇଚି । କେବଳ ଏହି ପରିବାରକୁ ଭଗବାନ ଭରଷା ଏହି କଲେଜ ଛାତ୍ରୀ ରାଜଲକ୍ଷ୍ମୀଙ୍କ ଜୀବନ ବଞ୍ଚାଇବା ପାଇଁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟରେ ଗଣମାଧ୍ୟମ ପ୍ରତିନିଧିମାନେ ଦାହି କରିଛନ୍ତି । ତୁରନ୍ତ ଏହି ଅସହାୟ କଲେଜ ଛାତ୍ରୀକୁ ୨୦ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାଲାଗି ଯାଜପୁର ଜିଲ୍ଲା ପ୍ରତିନିଧି ଯାଜପୁର ଜିଲ୍ଲା ଗଣମାଧ୍ୟମର ଡିସି ଗୋପିନାଥ ଦାଶ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏହି ଅସହାୟ ଛାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ନିବେଦନ କରିଛନ୍ତି । ଯାଜପୁର ଜିଲ୍ଲାପାଳ, ଉଚ୍ଚପଦସ୍ତ ସରକାରୀ ଅଧିକାରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରୋଧି ଦଳର ନେତା ନବୀନ ପଟ୍ଟନାୟକ ଶ୍ରୀ ଦାଶ ନିବେଦନ କରିଛନ୍ତି । ଏ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଷ୍ଟି ଦେବେବୋଲି ଶ୍ରୀ ଦାଶ ଭରଷା କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିକଟରେ ଛାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସହାୟତା ପାଇଁ ପରିବାର ଦାବୀକଲେ
|
June 28, 2024 |



