ମାନସିକ ବିକାରଗ୍ରସ୍ଥ ନିରୁଦିଷ୍ଟ ବ୍ୟକ୍ତିଙ୍କର ଠିକଣା ମିଳିଗଲା

Spread the love
ଜପୁର, ୧୩/୦୬ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଚୋରମୁହାଁ ( ହଳଦିଆଗଦା )ଗ୍ରାମର ସ୍ୱର୍ଗତ ସୁକଦେଵ ମହାନ୍ତି ଙ୍କ ବଡ଼ପୁଅ ବିଜୟ କୁମାର ମହାନ୍ତି ସେ ଜଣେ ମାନସିକ ବିକାର ଗ୍ରସ୍ଥ ଥିବାରୁ ଗତ ୯/୦୬/୨୦୨୦ରିଖ ମଙ୍ଗଳବାର ସକାଳ ୯ଘଟିକରେ  କେଉଁଆଡ଼େ ଘରଛାଡି ଚାଲି ଯାଇଥିବାର ଗତ କାଲି ସନ୍ଧାନ ନିଉଜ୍ ରେ ଖବର ପ୍ରକାଶ ପ୍ରସାରଣ ହୋଇଥିଲା ଘରଲୋକେ ବହୁ ଖୋଜା ଖୋଜି କରିବାପରେ ମଧ୍ୟ ବିଜୟ ର କୌଣସି ଖବର ପାଇ ନଥିଲେ ହେଲେ ଆଜି ବିଜୟ ଚଣ୍ଡିଖୋଲ ଥାନା ଅଧିନ ନେଉଳୁପୁର ଛକ ନିକଟରେ ବୁଲାବୁଲି କରୁଥିବାର କିଛି ଲୋକେ ଦେଖି ବିଜୟର ପରିବାର ଲୋକଙ୍କୁ ଖବର ଦେଇଥିଲେ ପରିବାର ଲୋକେ ଆସି ବିଜୟକୁ ସ୍ୱାସ୍ଥ ପରୀକ୍ଷା ନିମନ୍ତେ ଧର୍ମଶାଳା ଗୋଷ୍ଟି ସ୍ୱାସ୍ଥ କେନ୍ଦ୍ରକୁ ନେଇଯାଇ ଥିଲେ ତାଙ୍କର ସ୍ୱାସ୍ଥ ପରୀକ୍ଷା କରିବାପରେ ଡାକ୍ତର ତାଙ୍କର ସ୍ୱାସ୍ଥ ବହୁତ ଭଲ ଅଛି ବୋଲି କହିଥିଲେ। ବିଜୟର ଖବର ମିଳିଯାଇ ଥିବାରୁ ସାନ ଭାଇ ସୁଶାନ୍ତ ନିକଟସ୍ଥ ଥାନାରେ ଜଣାଇବା ସହ ଗତକାଲି ସନ୍ଧାନ ନିଉଜ୍ ରେ ନିରୁଦିଷ୍ଟ ସମ୍ବନ୍ଧେ ପ୍ରକାଶ ପାଇଥିବାରୁ ସନ୍ଧାନ ନିଉଜ୍ କୁ ଆମ ଭାଇ ମିଳିଯାଇଛନ୍ତି ବୋଲି ଜଣାଇଥିଲେ ।।

Related Posts

About The Author

Add Comment