କୋରାପୁଟ ; ତା୧୮-୧୧(ସନ୍ଧାନ ନିୟୁଜ) : ଓଡିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ,ଏପିପିଆଇ ଓ ପିଏଚଆରଏସର ମିଳିତ ସହାୟତାରେ ଆରମ୍ଭ ହୋଇଥିବା କ୍ରେସ କୋରାପୁଟ ବ୍ଲକ ଅନ୍ତର୍ଗତ ମାନବାରଠାରେ ଉଦଘାଟିତ ହୋଇଯାଇଛି ।୭ ମାସରୁ ୩ ବର୍ଷର ଶିଶୁମାନଙ୍କୁ ଦିନକୁ ୭ ରୁ ୮ ଘ. ପର୍ଯ୍ୟନ୍ତ ରଖାଯାଇ ସେମାନଙ୍କର ଖାଦ୍ୟପେୟର ଯତ୍ନ ନିଆଯିବା ସହ ଶାରୀରିକ ଓ ମାନସିକ ବିକାଶ ଏବଂ ବିଭିନ୍ନ ରୋଗରୁ ଦୂରେଇ ରଖିବା ପାଇଁ ଅଧିକା ଧ୍ୟାନ ଦିଆଯିବ ବୋଲି ଜଣାପଡିଛି ।ପରୀକ୍ଷାମୂଳକ ଭାବେ କୋରାପୁଟ ସଦରବ୍ଲକରେ ୧୫ ଟି ଓ ଦଶମନ୍ତପୁର ବ୍ଲକରେ ୧୫ ଟି ଶିଶୁଗୃହ ଖୋଲାଯିବାକୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ ପ୍ରକାଶ କରିଛନ୍ତି ।ମାନବାରଠାରେ ଆମ ଶିଶୁଗୃହକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉର୍ମିଳା ସିଂ ଆନୁଷ୍ଟାନିକଭାବେ ଉଦଗାଟନ କରିଥିଲେ ।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଓ କାର୍ଯ୍ୟକାରୀତା ପାଇଁ ସେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।ଏହି କାର୍ଯ୍ୟକ୍ରମରେ କୋରାପୁଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ମହାପାତ୍ର , ଜିଲ୍ଲା ପୋଷଣ ପରିଚାଳିକା ମମତା ମହାନ୍ତି , ମିଶନଶକ୍ତି ଜିଲ୍ଲା ସଂଯୋଜିକା ବିନୋଦିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପିଏଚଆରଏସର କର୍ମକର୍ତାମାନେ ଯୋଗଦେଇ ପରିଚାଳନା କରିଥିଲେ ।
ତାଜା ଖବର
- ଗୋପବନ୍ଧୁ ପ୍ରେସ କ୍ଲବ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ।
- ଖିଣ୍ଡାରେ ତ୍ରିରଙ୍ଗା ପଦଯାତ୍ରା:ଆଦର୍ଶ, ସମର୍ପଣ ଓ ପ୍ରେରଣାର ତୀର୍ଥସ୍ଥଳ ହେବ ଖିଣ୍ଡା ଗ୍ରାମ- ଧର୍ମେନ୍ଦ୍ର ପ୍ରଧାନ
- କେନ୍ଦ୍ରୀୟ ବିଦ୍ୟାଳୟ ରେ ପରାକ୍ରମ ଦିବସ ପାଳନ
- ବାଲିଗୁଡାରେ ଘନ କୁହୁଡ଼ି ସହ ପ୍ରବଳ ଜାଡ଼ : ବାଦ ପଡୁ ନାହାନ୍ତି ପଶୁ ପକ୍ଷୀ
- ବୁରୁସାହିରେ ୧୨୮ତମ ନେତାଜୀ ଜନ୍ମଜୟନ୍ତୀ ପାଳିତ ।
- ନେତାଜୀ ଜୟନ୍ତୀରେ “ନେତାଜୀଙ୍କ ସ୍ୱପ୍ନ ଓ ଆଜିର ଭାରତ” ବକୃତା ଅନୁଷ୍ଠିତ
- ରକ୍ତ ମୁଖା ୫୩ ନମ୍ୱର୍ ଜାତୀୟ ରାଜପଥରେ ପୁଣି ଗଡିଲା ମୁଣ୍ଡ,ଦୁର୍ଘଟଣାରେ ଯୁବକ ମୃତ
- ଧର୍ମଶାଳାରେ ଦ୍ୱିତୀୟ ବ୍ଲକ ଗଠନ ପାଇଁ ତୃତୀୟ ବୈଠକ ଶେଷ,
- ବେଆଇନ ଖଣି ରୁ କମ୍ପ୍ରେସର ଜବତ, ୨ ଗିରଫ,
- ବାଇକ୍ କୁ ଧକ୍କା ଦେଲା ବାଇକ୍ ଜଣେ ମୃତ ଦୁଇ ଗୁରୁତର,