ସୁନ୍ଦରଗଡ ତା:୨୧/୭/୨୦୨୬(ସନ୍ଧାନ ନ୍ୟୁଜ) ସୁନ୍ଦରଗଡ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ସବଡେଗା ବ୍ଲକ ରଣପୁର ମଝାପଡା ର ଯୁବକ ଆଶିଷ ଡୁଙ୍ଗଡୁଙ୍ଗ୍ (୨୬)ବର୍ଷ ମାଛ ମାରିବାକୁ ବଣ୍ଡା ନଦୀ କୁ ଯାଇଥିଲେ। ମାଛ ମାରୁଥିବା ସମୟରେ ନଦୀର ଉପର ମୁଣ୍ଡରୁ ବହୁ ଜୋରରେ ହଠାତ୍ ପାଣିର ଖର ସ୍ରୋତ ଆସିଲା ।ତାକୁ ଦେଖି ଆଶିଷ ଡୁଙ୍ଗଡୁଙ୍ଗ୍ ଜୀବନ ବିକଳରେ ନିକଟରେ ଥିବା ଏକ ବଡ ଗଛ ଉପରକୁ ଚଢ଼ି ଯାଇଥିବା ସେ କହିଥିଲେ । ନଦୀର ଖର ସ୍ରୋତ ଦେଖି ଅଞ୍ଚଳବାସି ତାଙ୍କ ପରିବାରକୁ ଅବଗତ କରାଇବା ସହିତ ସବଡେଗା ଅଗ୍ନିଶମ ବିଭାଗ କୁ ଫୋନ୍ ଯୋଗେ ଅବଗତ କରାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ର କର୍ମଚାରୀ ଅତିଶୀଘ୍ର ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ଅଗ୍ନିଶମ ବିଭାଗର ଇଞ୍ଚାର୍ଜ୍ ଡିଚେନ୍ଦ୍ର ଡନସନା,ଫାୟାର ଫାଇଟର ଡ୍ରାଇଭର ସୁମନ୍ତ କୁମାର ବାଗ ସହିତ ଆଉ ଦୁଇଜଣ ଫାୟାର ଫାଇଟର ସଞ୍ଜିତ କୁମାର ବାଗ ଓ ସୋମରା କୁକୁର ଙ୍କ ଦୀର୍ଘ୍ ଚାରି ରୁ ପାଞ୍ଚ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଯୁବକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।ଇଞ୍ଚାର୍ଜ୍ ଡନସନା,ଫାୟାର ଫାଇଟର ଡ୍ରାଇଭର ସୁମନ୍ତ କୁମାର ବାଗ ସହିତ ଆଉ ଦୁଇଜଣ ଫାୟାର ଫାଇଟର ସଞ୍ଜିତ କୁମାର ବାଗ ଓ ସୋମରା କୁକୁର ଙ୍କ ଦୀର୍ଘ୍ ଚାରି ରୁ ପାଞ୍ଚ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଯୁବକଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି କାର୍ଯ୍ୟ ପାଇଁ ଅଞ୍ଚଳବାସୀ ସବଡେଗା ଅଗ୍ନିଶମ ବିଭାଗ କୁ ସାଧୁବାଦ ଦେଇଥିବା ବିଶେଷ ସୂତ୍ରରୁ ପ୍ରକାଶ ।
ମାଛ ମାରିବାକୁ ଯାଇ ପ୍ରଖର ନଦୀ ସ୍ରୋତରେ ଫସିଲେ, ଅଗ୍ନିଶମ ବିଭାଗର ଚାରି ଘଣ୍ଟା ଅକ୍ଲାନ୍ତ ପରିଶ୍ରମରେ ବଞ୍ଚିଲା ଏକ ନିରୀହ ଜୀବନ
|
July 21, 2026 |



