ବାସୁଦେବପୁର,୧୮/୧୧ (ସନ୍ଧାନ ନିଉଜ) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଅଢୁଆଁ ଗ୍ରାମର ଜନୈକ ବ୍ୟକ୍ତି ସମୁଦ୍ରକୁ ମାଛ ଧରିବାକୁ ଯାଇ ଅସୁସ୍ଥ ହୋଇ ମୃତ୍ୟୁମୁଖରେ ପଡିଛନ୍ତି। ମୃତକ ହେଲେ ଅଢୁଆଁ ଗ୍ରାମର ସୋମବାରୀ ମଳିକ। ପ୍ରାପ୍ତ ସୂଚନା ଅନୁଯାୟୀ ଗତ ୧୪ ତାରିଖରେ ସୋମବାରୀଙ୍କ ସମେତ ୮ ଜଣ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବା ପାଇଁ ଚୁଡାମଣି ଘାଟରୁ ଏକ ବୋଟ୍ ଯୋଗେ ଯାଇଥିଲେ। ସମୁଦ୍ର ଭିତରେ ବୋଟ୍ରେ ସୋମବାରୀଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା। ସହକର୍ମୀମାନେ ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ସେମାନେ ମାଛ ଧରା ବାତିଲ କରି ବୋଟ୍କୁ ଚୁଡାମଣି ଜେଟିକୁ ସୋମବାର ଫେରାଇ ଆଣିିଥିଲେ ମଧ୍ୟ ସୋମବାରୀଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଚୁଡାମଣି ସାମୁଦ୍ରିକ ଥାନାଧିକାରୀ ମହମ୍ମଦ ହାଫିଜ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ. ୬/୧୯) ରୁଜୁ ହୋଇଛି।
ମାଛ ଧରିବାକୁ ଯାଇ ଧିବୀରର ମୃତ୍ୟୁ
|
November 18, 2019 |
