ଭଦ୍ରକ, ୦୨.୦୨.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ଟଙ୍କା ଜମା କରିଥିଲେ , ଏବେ ମାଚ୍ୟୁରିଟି ମଧ୍ୟ ହୋଇସାରିଲାଣି । କିନ୍ତୁ ମାଚ୍ୟୁରିଟି ଟଙ୍କା ଫେରାଉ ନାହିଁ କମ୍ପାନୀ । ଅଫିସକୁ ଦୌଡି ଦୌଡି ନୟାନ୍ତ ହେଲେଣି ଜମାକାରୀ ।ଏମିତି ଅଭିଯୋଗରେ ଏଜେଣ୍ଟ ଓ କମାକାରୀମାନେ ଅଫିସ ଘେରାଉ କରିଛନ୍ତି । ଭଦ୍ରକ ସହରରେ ବାଇପାସ ସ୍ଥିତ ସାହାରା ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ପରିସ୍ଥିତି । ଖବର ଅନୁଯାୟୀ. ଜିଲ୍ଲା ବିଭିନ୍ନ ଅଞ୍ଚଳର ଲୋକେ ସାହାରା ଏଜେଣ୍ଟ ମାଧ୍ୟମରେ ନିଜ ଟଙ୍କା ଜମା କରିଥିଲେ । ତାଙ୍କ ଜମାଟଙ୍କାର ମାଚ୍ୟୁରିଟି ହୋଇସାରିଲାଣି, କିନ୍ତୁ ଟଙ୍କା ଦେଉନାହିଁ ସାହାରା । ଏନେଇ ଜମାକାରୀ ସାହାରା ଅଫିସ ଓ ଏଜେଣ୍ଟଙ୍କ ନିକଟକୁ ଦୌଡି ଦୌଡି ନୟାନ୍ତ ହୋଇଗଲେଣି । ଏବେ ଏଜେଣ୍ଟ ଓ ଜମାକାରୀ ଏକାଠି ହୋଇ ସାହାର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଅଫିସ ସମ୍ମୁଖରେ ହୋହାଲ୍ଲା ମଧ୍ୟ କରୁଛନ୍ତି । ସେପଟେ ଭଦ୍ରକ କାର୍ଯ୍ୟାଳୟର ସେକ୍ଟର ମୁଖ୍ୟ କହିଛନ୍ତି ଯେ, ମାନ୍ୟବର ସୁପ୍ରିମକୋର୍ଟ ସେବିକୁ ଉପରେ ଲଗାଇଥିବା କଟକଣା ଲାଗି ଟଙ୍କା ମିଳିପାରୁନାହିଁ । ତେବେ ଜମାକାରୀମାନେ ଅପେକ୍ଷା କରନ୍ତୁ ଏବଂ ମାର୍ଚ୍ଚ ମାସ ପରେ ସମସ୍ତଙ୍କୁ ଟଙ୍କା ଫେରସ୍ତ କରାଯିବ ବୋଲି କମ୍ପାନୀ ମୁଖ୍ୟ ଏକ ଭିଡିଓ ବାର୍ତ୍ତା ଜରିାଆରି କହିଛନ୍ତି ।
ମାଚ୍ୟୁରିଟି ଟଙ୍କା ଫେରାଉ ନାହିଁ କମ୍ପାନୀ
|
February 2, 2021 |



