ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ ଓ କୋର୍ଟ ଚାଲାଣ

Spread the love

କନ୍ଧମାଳ, ୧୩/୦୬/୨୧ (ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ କରୁଥିବା ଅଭିଯୋଗରେ ଗୋଛାପଡା  ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ନାମ ଲାଙ୍ଗୁସା କହଁର (୪୮) ଓ ତାର ଘର ଫିରିଙ୍ଗିଆ ବ୍ଲକ କୋଏରମାଣ୍ଡୁ ପଞ୍ଚାୟତ ଅନ୍ତର୍ଗତ ଡୁବାସାରୁ ଗ୍ରାମ ବୋଲି ଜଣାପଡିଛି  ।ସୂଚନା ଅନୁଯାୟୀ ସେ ଏହି ଅଞ୍ଚଳରେ ଥିବା ମାଓବାଦୀଙ୍କୁ ରାସନ ସାମଗ୍ରୀ,ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ଯୋଗାଇ ଦେଉଥିଲା । ଏଥି ସହ ସଂପୃକ୍ତ ଅଞ୍ଚଳରେ ଯୁବକ ମାନଙ୍କୁ ମାଓ ସଂଗଠନରେ ସାମିଲ ହେବା ପାଇଁ ପ୍ରରୋଚନା  କରିବା ସହ ଗାଁ ମାନଙ୍କର ରେ ସଭାସମିତି ଆୟୋଜନ କରୁଥିଲା ।ଗତ ଏପ୍ରିଲ ୪ ତାରିଖରେ କଲମପଡାଠାରେ ପୁଲିସ- ମାଓବାଦୀ ଗୁଳି ବିନିମୟ ବେଳେ ଅଭିଯୁକ୍ତ ସେଠାରେ ଉପସ୍ଥିତ ଥିବା ପୁଲିସ ଜାଣିପାରିଛି । ଅଭିଯୁକ୍ତ ଲାଙ୍ଗୁସାକୁ ଗୋଚ୍ଛାପଡା ପୁଲିସ ଗିରଫ କରିବା ସହ ଅଭିଯୁକ୍ତ ବିରୋଧରେ କେସ ନଂ ୨୯/୨୧ ପ୍ରକାରେ ଏକ ମକଦ୍ଦମା ରୁଜ୍ଜୁ କରି  କୋର୍ଟ ଚାଲାଣ କରାଯାଇଛି l

Related Posts

About The Author

Add Comment