ଯାଜପୁର ସଦର, ୧୫/୪/୨୬ (ସନ୍ଧାନ ନ୍ୟୁଜ ) :ଦଶରଥପୁର ବ୍ଲକ୍ କୟାଁ ପଞ୍ଚାୟତସ୍ତ ପ୍ରସିଦ୍ଧ ଶକ୍ତି ପୀଠ ମା ଜୟଚଣ୍ଡୀ ପୀଠରେ ଆଜି ମା ଜୟଚଣ୍ଡୀଙ୍କ କାହାଣୀକୁ ନେଇ ଏକ କ୍ୟାସେଟ (ସିଡି) ପ୍ରସ୍ତୁତ କରାଯାଇଛି। ଏହି କ୍ୟାସେଟରେ ଆଠୋଟି ଗୀତ ସ୍ଥାନ ପାଇଛି।ଉକ୍ତ କ୍ୟାସେଟ୍ରେ ଗୁରୁ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏହି କ୍ୟାସେଟର ଗୀତିକାର ତଥା ବରିଷ୍ଠ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାୟ ଗୀତ ଗୁଡ଼ିକୁ ଲେଖିଛନ୍ତି। ଏହି କ୍ୟାସେଟ୍ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅରୁପମା ନାୟକ, ବିଜୟିନୀ ଦାଶ, କ୍ରୀଷ୍ଣା କଲ୍ୟାଣୀ ବେହେରା,ସାଇ ପ୍ରଭାଂଶୁ ନାୟକ, ବିଜୟାଲକ୍ଷ୍ମୀ ଶତପଥୀ,ଶ୍ରଦ୍ଧା ସୁମନ ରାଉତ ପ୍ରମୁଖ କଣ୍ଠଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରୋମିଜ ଶତପଥୀ,ସ୍ୱାଗତିକା ଶତପଥୀ,ପ୍ରତିମା ସାହୁ, ମା ଜୟଚଣ୍ଡୀ ପୂଜା କମିଟିର ସଭାପତି ସୁଦର୍ଶନ ନାୟକ ,ସମ୍ପାଦକ ମଧୁସୂଦନ ପୃଷ୍ଟି,କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାୟ,ସମାଜସେବୀ ମଳୟ ପଣ୍ଡା, ଚୌବନ ବାରିକ ଓ ମା ଜୟଚଣ୍ଡୀ ପୀଠ ଯଜ୍ଞ ଉତ୍ସବ ସମିତିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।



