ମହୁଲ ଗଛରୁ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା କରି ଟାଙ୍ଗିଥିବା ସନ୍ଧେହ

Spread the love
ଢେଙ୍କାନାଳ, ୧୨ /୩ (ସନ୍ଧାନ ନିୟୁଜ/ ପ୍ରଶାନ୍ତ ସାମଲ ) ଢେଙ୍କାନାଳ ଜିଲ୍ଲା ପର୍ଯଙ୍ଗ ଥାନା ଅନ୍ତର୍ଗତ ବାରିହାପୁର ପଞ୍ଚାୟତ ଅଧିନ ଏକ ନିଛାଟିଆ ଜଙ୍ଗଲରୁ ଏକ ଯୁବକର ମୁର୍ତୁଦେହ ଉଦ୍ଧାର କରା ଯାଇଛି। ଯୁବକ ଜଣକ ହେଲେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଏନ୍ତର୍ଗତ ବର୍ତଣ୍ଡା ପଞ୍ଚାୟତର ବାହାବଳ ପୁର ଗ୍ରାମର ସନାତନ ରାଉତଙ୍କ ପୁଅ ଖଗେଶ୍ୱର ରାଉତ (ଦିପୁନା)ବୋଲି ଜଣ।ପଡିଛି। ଦିପୁନା ଅନୁଗୁଳୁ ବଂରପାଳରେ ରହି କାଠ କାମ କରୁଥିଲା। ଆଜି ପ୍ରାୟ୧୨ଟା ସମୟରେ ରାସ୍ତାରୁ ପ୍ରାଏ ୫୦୦ମିଟର ହେବ ଏକ ମହୁଲ ଗଛରେ  ରଶିରେ ଝୁଲୁଥିବାର ଜଣେ ଆଦିବାସୀ ଲୋକ ମହୁଲ ଫୁଲ ତୋଳିବାକୁ ଜଙ୍ଗଲକୁ ଯାଇଥିବା ବେଳେ  ଦେଖିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକମାନଙ୍କୁ ଜଣାଇ ଥିଲା ଲୋକମାନେ ପର୍ଯଙ୍ଗ ଓ କାମାକ୍ଷାନଗର ଥାନାକୁ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳକୁ ଅନୁସନ୍ଧାନି କୁକୁର ଟିମିକୁ ନେଇ ପହଁଞ୍ଚି ଥିଲା। ସେଠାରେ ଥିବା ଏକ ଟି ଭି ଏସେ ସ୍କୁଟି ଓଡି୧୯ଏମ-୮୮୪୮ ପୋଲିସ୍ କୁ ମିଳିଥିଲା ।
ପୋଲିସ୍ ଗାଡ଼ିର ନମ୍ବରକୁ ଯାଞ୍ଚ କରି ଜାଣିପାରିଥିଲା ଯୁବକର ପରିଚୟ ପୋଲିସ୍ ସୁକିନ୍ଦା ଥାନାକୁ ଫୋନ କରି ମୂର୍ତକର ପରିଚୟ ଦେଇଥିଲେ । ସୁକିନ୍ଦା ପୋଲିସ୍ ଫୋନ ପାଇ ତାଙ୍କ ଗ୍ରାମକୁ ଖବର ଦେଇଥିଲେ। ଖବରପାଇ ଗ୍ରାମର କିଛି ଲୋକ ଓ ତାଙ୍କ ଭାଇ ଘଟଣା ସ୍ଥଳକୁ ଯାଇଥିଲେ  । ଝୁଲନ୍ତା ଶବକୁ ଦେଖିଲେ ୪/୫ ଦିନ ତଳୁ ହତ୍ୟା କରାଯାଇଥିବା ଜଣାପଡ଼ୁଛି  ।
ତାଙ୍କ ଭାଇଙ୍କ କହିବା କଥା ଅନୁଯାଇ ଦିପୁନା ଢେ଼ଙ୍କାନାଳ ଦେଇ ଷଡଙ୍ଗୀ ବାଟେ ଘରକୁ ଯିବା ଆସିବା କରେ ,ଯୋଉ ରାସ୍ତାରେ ଦିପୁନାର ଝୁଲନ୍ତା ଶବ ମିଳିଥିଲା ସେ ବାଟରେ ସେ କେବେବି ଯିବା ଆସିବା କରେ ନାହିଁ  । ଦିପୁନାକୁ କିଏ ମାରିକି ଗଛରେ ଟାଙ୍ଗି ଦେଇଛି ବୋଲି ମୃତକଙ୍କ ଘର ଲୋକମାନେ କହିଛନ୍ତି, ପୋଲିସ୍ ଦିପୁନା ପକେଟରୁ ଏକ ମୋବାଇଲି ଫୋନ ଓ ଏକ ପର୍ସ ଆଉ ଚାବିକାଠି ପାଇଥିଲା, ଏହାକୁ ନେଇ ପୋଲିସ୍ ତଦନ୍ତ ଜାରି ରଖିଛି।

Related Posts

About The Author

Add Comment