କୁଚିଣ୍ଡା, ୦୮.୦୧.୨୦୨୧(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା):- ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି । ମିଳିଥିବା ସୂଚନା ମୁତାବକ, ସୋମବାର ଦିନ ୧୦ଟା ସମୟରେ ଜଣେ ୪୦ ବର୍ଷୀୟ ମହିଳା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଜଙ୍ଗଲିଆ ରାସ୍ତା ଦେଇ ନିଜ ଘରକୁ ଫେରିବା ବେଳେ ଗାଁ ନିକଟରେ ଦୁଇଜଣ ବ୍ୟକ୍ତି ଜୋର ଜବରଦସ୍ତି ତାଙ୍କୁ ଉଠାଇ ନେଇ ଦୁଷ୍କର୍ମ କରିଥିଲେ। ତେବେ ପୀଡିତା ଘରକୁ ଫେରିବା ପରେ କାହାକୁ କିଛି କହି ନଥିଲେ। ତେବେ ତାଙ୍କ ଦେହ ଖରାପ ହେବାରୁ ବାଧ୍ୟ ହୋଇ ପରିବାର ଲୋକଙ୍କୁ କହିବାରୁ ପରିବାର ଲୋକ ତାଙ୍କୁ ପ୍ରଥମେ କୁଚିଣ୍ଡା ଡାକ୍ଟରଖାନାରେ ସ୍ଵାଫ୍ଟ ପରୀକ୍ଷା କରିଥିଲେ। ପୀଡ଼ିତା ସେଠାରେ ସତ କଥା କହିଲେ, ତେବେ ବାଲି ପରିବାର ପକ୍ଷରୁ କୁଚିଣ୍ଡା ଥାନାରେ ଅଭିଯୋଗ ପରେ ଆଜି ତଦନ୍ତ କରି ୨ ଜଣଙ୍କୁ ଗିରଫ କରିଛି।
ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୨ ଗିରଫ
|
January 8, 2021 |
