ମହିଳାଙ୍କ ନିକଟରୁ ଲୁଟି ନେଲେ ଟଙ୍କା ଦୃବୁର୍ତ୍ତ

Spread the love

ଯାଜପୁର ସଦର, ୦୫ା୦୧: ଯାଜପୁର ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଚି । ମହିଳାଙ୍କ ଠାରୁ ୪ଲକ୍ଷ ୬୯ହଜାର ଟଙ୍କା ଲୁଟି ନେବା ଘଟଣା ଏଅଞ୍ଚଳରେ ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ, ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିଚନ୍ଦ୍ରପୁରର ଜଣେ ମହିଳାଙ୍କ ଠାରୁ ୪ଲକ୍ଷ ୬୯ହଜାର ଟଙ୍କା ଦିନ ଦିପ୍ରହରରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଠାରୁ ଦୃବୁର୍ତ୍ତ ମାନେ ଲୁଟି ନେଇଥିବା ଜଣାଯାଇଚି । ଏନେଇ ମହିଳାଙ୍କ ପକ୍ଷରୁ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରାଯିବା ପରେ ଥାନା ପକ୍ଷରୁ ଏକ କେସ ରୁଜୁ କରାଯାଇଥିବା ଜଣାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଚାରନଙ୍ଗଳ ଗ୍ରାମର ବଜରଙ୍ଗୀ ସ୍ୱୟଂସହାୟକ ଗୋଷ୍ଠୀର ସଭାନେତ୍ରୀ ଚିନ୍ମୟ ଖଟୁଆ ସମ୍ପାଦିକା ବିନତି ଜେନା ଗତକାଲି ବାଲିଚନ୍ଦ୍ରପୁର ଷ୍ଟେଟବ୍ୟାଙ୍କରୁ ସଦସ୍ୟାମାନେ ଆସି ୪ଲକ୍ଷ ୬୯ ହଜାର ଟଙ୍କା ଋଣ ଉଠାଇଥିଲେ । ସମ୍ପାଦିକା ବିନତୀ ଜେନା ସ୍ୱାମୀଙ୍କ ସହିତ ବାଇକରେ ଯାଉଥିବା ବେଳେ, ବ୍ୟାଙ୍କ ଠାରୁ ୧୦୦ ମିଟର ଦୂରରେ ଯାଉଥିବା ସମୟରେ ଦୁଇଜଣ ଦୃବୁର୍ତ୍ତ ଗାଡ଼ିରେ ଟଙ୍ଗା ହୋଇଥିବା ଟଙ୍କା ବ୍ୟାଗକୁ ଲୁଟିନେବା ସହିତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଟଙ୍କା ଚୋରୀ ହେବା ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଧରିବାବାକୁ ଚେଷ୍ଟା କରିବା କରିଥିଲେ ମଧ୍ୟ ଜାତୀୟ ରାଜପଥ ୫୩ନଂରେ ଦୃବୁର୍ତ୍ତ ମାନେ ଚମ୍ପଟ ମାରିଥିଲେ । ବାଲିଚନ୍ଦ୍ରପୁର ପୋଲିସ ବ୍ୟାଙ୍କର ସିସି ଟିଭି ଫୁଟେଜ ଜାଞ୍ଚ କରିବା ସହିତ ପୋଲିସ ଜାଣିବାକୁ ପାଇଲେ ଯେ, ଦୃବୁର୍ତ୍ତମାନେ ବ୍ୟାଙ୍କରେ ରହି ଏମାନଙ୍କ ଉପରେ ନଜର ରଖିଥିଲେ । ରିପୋର୍ଟ ଲେଖାହେବା ବେଳକୁ ଟଙ୍କା କିମ୍ବା ଦୃବୁର୍ତ୍ତ ମାନଙ୍କର ସନ୍ଧାନ ମିଳିନଥିବା ଜଣାଯାଇଚି । ଆମ ଜିଲ୍ଲା ପ୍ରତିନିଧି ବାଲିଚନ୍ଦ୍ରପୁର ଥାନା ଆଇଆଇସିଙ୍କୁ ଚୋରୀ ଟଙ୍କା ସମ୍ପର୍କରେ ପଚାରିବାରୁ ଆଇଆଇସି ପ୍ରମୋଦିନୀ ସାହୁ କହିଲେ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ ।

Related Posts

About The Author

Add Comment