ରାଇରଙ୍ଗପୁର-୨/୧୨/୨୦୨୧(ସନ୍ଧାନ ନ୍ୟୁଜ୍) ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ଏନ ଏସ ଏସ ଏବ°ଯଥା ରେଡକ୍ରସ ତରଫରୁ ବିଶ୍ଵ ଏଡ୍ସ ଦିବସ ପାଳିତ ହୋଇଯାଇଛି।ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ବିଜୟ ଙ୍କ ଆବାହକତ୍ବରେ ଏବ°ରେଡକ୍ରସ ଅଧିକାରୀ ଯୋଶୋଧରା ମହାନ୍ତ ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷ ଡାକ୍ତର ପ୍ରଦିପ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରୀ ମାନଙ୍କୁ ଏହି ମହାମାରୀର କୁ ପ୍ରଭାବ ଊପରେ ଏବ° ଏଡ୍ସ ରୋଗିର ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।ସମସ୍ତ ଙ୍କ ସମ୍ମାନ ରେ ଏନ ଏସ ଏସ ତାଳି ଦିଆ ଯାଇଥିଲା।ତିଲୋତମା ଷଡ଼ଙ୍ଗୀ,ସମାପ୍ତି ରାଣୀ ଦାସ,ପ୍ରିୟତମା ହେମ୍ରମ, ରାଜଶ୍ରୀ ନାୟକ,ଶିବାଶ୍ୟାମା ଟୁଡୁ, ଶ୍ୟାମସୁନ୍ଦର ମଣ୍ଡଳ ଓ ଅନ୍ୟାନ୍ୟ କର୍ମଚାରୀ, ରେଡକ୍ରସ ଏବ°ଏନ ଏସ ଏସ ସେଚ୍ଛାସେବୀ ସହିତ ଅନ୍ୟାନ୍ୟ ସୁମିତା କବି ଏଡ୍ସ ରୋଗର ବୟା ବହତା ଏବ°ଏହାପ୍ରତି ସାବଧାନତା ଉପରେ ବକ୍ତବ୍ୟ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।
ମହିଳା ମହାବିଦ୍ୟାଳୟ ରେ ବିଶ୍ଵ ଏଡ୍ସ ଦିବସ ପାଳିତ
|
December 2, 2021 |



