ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ମାଆ ଓ ତାର ୩ ବର୍ଷ କଅଁଳ ପୁଅର ଜୀବନ

Spread the love

ବାଲେଶ୍ୱର, ୧୨/୧୧/୨୦ (ସନ୍ଧାନ ନିଉଜ) : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ୧୬ନଂ ଜାତୀୟ ରାଜପଥ ଓଳିଆପାଟଣା ଡାଇଭରସନ ନିକଟରେ ସଡ଼କ ଦୁର୍ଘଟଣାରେ ଘଟଣା ସ୍ଥଳରେ ୨ଜଣ ମାଆ ଓ ତାର ୩ ବର୍ଷ କଅଁଳ ପୁଅର ଜୀବନ ଚାଲି ଯାଇଥିବା ବେଳେ ଚାଳକ ସମ୍ପର୍କୀୟ ପୁତୁରା ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଥିବାର ଜଣାପଡ଼ିଛି । ମୃତକ ହେଲେ ସୋର ଥାନା ଖୁଣ୍ଟା ଅଞ୍ଚଳର ବୁଦ୍ଧିରାମ ସେନାପତିଙ୍କ ପତ୍ନୀ ଶୁକ ସେନାପତି (୨୫) ଓ ତାଙ୍କ କଅଁଳ ଶିଶୁ ପୁତ୍ର । ପ୍ରାପ୍ତ ସୂଚନା ଅନୁସାରେ ପୂର୍ବାହ୍ନ ୯ଟା ସମୟରେ ଏକ ସ୍କୁଟି (ଓଡ଼ି ୦୧ଏଜି ୨୨୦୮) ଶୁକ ନିଜର ସମ୍ପର୍କୀୟ ପୁତୁରା ଭଗବାନ ସେନାପତି ବାଲେଶ୍ୱର ଆଡ଼କୁ ଯାଉ ଥିଲେ । ଓଳିଆପାଟଣା ଡାଇଭରସନରେ ଏକ କଣ୍ଟେନର (ଆରଜେ ୧୪ ଜିଏଲ-୫୯୫୦)ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଗାଡ଼ିରେ ଥିବା ୩ଜଣ ଛିଟିକି ପଡ଼ି ଥିଲେ । ସଙ୍ଗେସଙ୍ଗ ପଥଚାରୀ ମାନେ ପହଞ୍ଚି ଦେଖିବା ବେଳକୁ ମାଆ ପୁଅଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଥିବା ବେଳେ ଚାଳକ ଗୁରୁତର ହୋଇ ଥିଲ।। ଖବର ପାଇ ଖନ୍ତାପଡ଼ା ଥାନା ଏଏସଆଇ ଗଦାଧର ଜେନା  ଘଟଣା ସ୍ଥଳରେ ପହଞ୍ଚି ଚାଳକକୁ ସଦର ହସପିଟାଲ ପଠାଇ ଥିବାର ଜଣାପଡ଼ିଛି । ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଅଟକ ରଖା ଯାଇଥିବାର ସୂଚନା ମିଳିଛି ।

Related Posts

About The Author

Add Comment