ମଧ୍ୟାହ୍ନଭୋଜନ ବନ୍ଦନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ

Spread the love

ବଡଚଣା ଶିକ୍ଷାମଣ୍ଡଳ ଅଧିନ ସିହା ପଞ୍ଚାୟତ ଗୋଡିମାଗୁରା ପ୍ରାଥମିକ ବିଦ୍ୟାଳୟରେ ୮୭ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଦୁଇଟି ଶ୍ରେଣୀ ଗୃହରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ନେଇ ସର୍ବଦା ବିବାଦ ଲାଗିରହୁଥିବା ବେଳେ ଗୁରୁବାର ଏହି ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ବନ୍ଦ ରହିଥିଲା । ଯାହାକୁ ନେଇ ଅଭିଭାବକ ଓ ପରିଚାଳନା କମିଟି ମଧ୍ୟରେ ବିବାଦ ଦେଖାଦେଇଛି । ଏ ନେଇ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ଘଟଣା ସମ୍ପର୍କରେ ପଚାରୀବାରୁ ନିକଟରେ ଏକ ରାଜଦୋଳ ମେଳଣପର୍ବ ପାଳିତ ହେଉଥିବାରୁ ବିଦ୍ୟାଳୟରେ ମାତ୍ର ୫ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିବାରୁ ମଧ୍ୟାହ୍ନଭୋଜନକୁ ବନ୍ଦ କରାଯାଇଥିବା ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ପରିଚାଳନା କମିଟିର ସଭ୍ୟା ମାନଙ୍କୁ ପଚାରିବାରୁ ଖାଦ୍ୟ ପ୍ରସ୍ତୁତରେ ନିୟୋଜିତ ଥିବା ସ୍ୱୟଂ ସହାୟକ ଗୋଷ୍ଠିର ମନମୁଖି କାର୍ଯ୍ୟ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉନଥିବା ପ୍ରକାଶ କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠିର ସଭ୍ୟାଙ୍କ ସହିତ ଯୋଗାଯୋଗ ହୋଇପାରିନାହିଁ । ଏ ନେଇ ଜିଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀ ଦୃଷ୍ଟି ଦେବା ସହ ବିଦ୍ୟାଳୟରେ ସର୍ବଦା ଲାଗି ରହୁଥିବା ବିବାଦ ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ କରିଛନ୍ତି ।

Related Posts

About The Author

Add Comment