ମଦର ଗନ୍ଧରେ ଗନ୍ଦାଉଛି ଲେଫ୍ରିପଡା ବ୍ଲକ; ନିଦ୍ରାରେ ଅବକାରୀ ବିଭାଗ

Spread the love

ଲେଫ୍ରିପଡା, ୨୬/୪/୨୦୨୧  (ସନ୍ଧାନ ନିଉଜ/ ରାଜୁ ପଟେଲ )  ଲେଫ୍ରିପଡା ବ୍ଲକରେ କରୋନା ତାଣ୍ଡବ କରିବାରେ ଲାଗିଛି । ପ୍ରଶାସନର ବ୍ୟାପକ କଟକଣା ସତ୍ୱେ କରୋନା ର ସୁଅ କମୁନି । ମାସକ ମଧ୍ୟରେ ୧୨୬ ପୋଜୀଟିଭ ଆସିଥିବା ବେଳେ ଗତସକାଳୀ ୧୧ଜଣ ଓ ଆଜି ୧୫ ଜଣ ପୋଜିତିଭ ରିପୋର୍ଟ ଆସିଛି । ସ୍ଥାନୀୟ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯିବା ସହିତ କନଟାକ ଟ୍ରେସିଂ କରିବା ସହିତ ସ୍ୱାପ ସଂଗ୍ରହ କରାଯାଉଛି । ଅଞ୍ଚଳରେ ସଂଗରୋଧରେ ରହିବା ସହିତ  ସେମାନଙ୍କର  ଉପଯୁକ୍ତ ଦେଖାଶୁଣାକରାଯିବା ସୂଚନା ମିଳିଛି । ଲେଫ୍ରିପଡା ଓ ସର୍ଗିପାଲି ପୋଲିସ ଯୋଗାଯୋଗ ରେ ଗହଳି ଦୂର କରିବା ସହିତ ମାସ୍କ ଚେକିଂ କଡାକଡି କରାଯାଇଛି । ଅଞ୍ଚଳରେ ବଜାର ହାଟକୁ ବନ୍ଧ କରିବାସହିତଅତିରିକ୍ତତହସିଲଦାର ଦଳବଲ ନେଇ ଯାଞ୍ଚ କାର୍ଯ୍ୟଚଳାଇଛନ୍ତି । ଲେଫ୍ରିପଡା ରେ ଲକ ଡ଼ାଉନ ସଟଡ଼ାଉନ ଲାଗି ରହିଥିବା ସହିତ ଲୋକଙ୍କ ଜୀବିକା ଅସୁବିଧାରେ ଥିବାବେଳେ ମଦବେପାରୀ ବେଶ ଆରାମରେ ତାଙ୍କ ବେପାର ଚଳାଇବାରେ ବ୍ୟସ୍ତ ଥିବାର ସୂଚନା ମିଳିଛି । ଲେଫ୍ରିପଡା ଥାନା ସମ୍ମୁଖ, ଜୟରାମହାଇସ୍କୁଲ ଛକ, ଫଳଶାଢ଼ୀପା,କାଡୋମାଲ, ଅଳେପଡା ଏହିସବୁ ଅଞ୍ଚଳରେ ମଦର ବନ୍ୟା ଛୁଟୁ ଥିବାର ସୂଚନା ମିଳିଛି । ମଦର ଦର ଦୁଇ ଗୁଣା ଆକାରରେ ବେପାର ଚଳାଇଛନ୍ତି । ଲେଫ୍ରିପଡା ପୋଲିସ ପକ୍ଷରୁ ଏବେ ସୁଦ୍ଧା ଦୃଷ୍ଟାନ୍ତ ମୂଳକ କିଛି କାର୍ଯନୁଷ୍ଠାନ ଗ୍ରହଣ କରା ନ ଯିବା ଜଣାପଡିଛି । ଦିନସାରା ମଦ ବେପାରୀଙ୍କ ଠାରେ ଅମାନିଆ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି । ଏସବୁକୁ ସମୟ ଥାଇ  ନିୟନ୍ତ୍ରଣ  କରାଗଲେ ଆଗତ ଦିନରେ କରୋନା ମହା କାୟ ରୂପ ନେବ ବୋଲି ଜନସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts

About The Author

Add Comment