ଯାଜପୁର (ସନ୍ଧାନ ନ୍ୟୁଜ୍) : କୋରୋନା ଟୀକା ଏଯାଏଁ ବାହାରି ନାହିଁ । ଆଗକୁ ଏହି ମହାମାରୀ ଭୟଙ୍କର ରୂପ ନେବାର ଆଶଙ୍କା ରହିଛି । ଜନସାଧାରଣ କୋଭିଢ ଗାଇଡଲାଇନକୁ ନମାନିଲେ ଆମ ରାଜ୍ୟ ଓ ଦେଶ ଘୋର ଶଙ୍କଟ ମଧ୍ୟକୁ ଠେଲି ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହାତ ଯୋଡି ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ଯାଜପୁର ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ପ୍ରଶାସନିକ ଦାୟୀତ୍ୱ ନେବା ପରେ ଜିଲ୍ଲାରେ କୋରୋନା ସ୍ଥିତି ନିୟନ୍ତ୍ରଣକୁ ଆସିଛି । କିନ୍ତୁ କିଛି ଅମାନିଆ ଲୋକ ଓ ବ୍ୟବସାୟୀ ଓ ମଦ୍ୟପ କୋରୋନା ନିୟମ ପ୍ରତି ଅବମାନନା କରିବା ସହିତ ସରକାରୀ ନିର୍ଦ୍ଦେଶକୁ, ଆଦେଶକୁ,ଅନୁରୋଧ ଓ ପରାମର୍ଶକୁ ମାଡି ମକଚି ଚାଲିଛନ୍ତି । ଏମିତିକି କେତେକ ଠିପିଖୋଲା ମଦ ଦୋକାନ କୋଭିଡ ନିୟମକୁ ଖୁଲମ ଖୁଲା ଏବଂ ବେଧଡକ୍ ଭାବେ ବେପାର କରୁଥିବା ଦେଖିବାକୁ ମିଳିଛି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ୧୬ ନଂ ଜାତୀୟ ରାଜପଥର ନିକଟବର୍ତୀ କୁମାରୀ ପଂଚାୟତ ଝାଲମୁଖା ମୌଜାର ଲୋକନାଥ ସିନେମା ହଲ୍ ଅନତୀଦୂରରେ ଏକ ଠିପିଖୋଲା ମଦଦୋକାନ ରହିଛି । ଏହି ମଦ ଦୋକାନୀ ଅବକାରୀ ନିୟମ ଓ କୋରୋନା ନିୟମକୁ ଦଳି ମକଚି ବେପାର କରୁଛି । ଅବକାରୀ ନିୟମ ମୁତାବକ ରାତ୍ରୀ ମଦ ବାର ଖୋଲା ଯିବାର ନିୟମ ନାହିଁ । କିନ୍ତୁ ଏହି ମାଲବାର ମଦ ଦୋକାନୀ ମାଲିକ ରାତି ଏବଂ ଦିନରେ ଖୋଲା ରଖିବା ସହିତ ମଦ ବିକ୍ରି କରୁଛନ୍ତି । ଏହି ମଦ ଦୋକନୀ ମାଲିକ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର କେତେକ ଅବକାରୀ ଅଧିକାରୀ ସମ୍ପର୍କୀୟ ହୋଇଥିବାରୁ ତାଙ୍କୁ ବିଭାଗ ପକ୍ଷରୁ ଚାରିଖୁଣ ମାଫ୍ କରି ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଏଠାରେ କୋଭିଡ୍ ନିୟମକୁ ଉଲ୍ଲଂଘନ ପୂର୍ବକ ବାର୍ ଭିତରେ ଖୁଲମ୍ ଖୁଲା ଭାବରେ ମଦ ବିକ୍ରି ହେଉଛି । ସରକାର କିନ୍ତୁ ନିୟମ କରିଛନ୍ତି କୋଭିଡ୍ ସମୟରେ ଠିପିଖୋଲା ମଦ ଦୋକାନରୁ ଗ୍ରାହକ ବୋତଲରେ ମଦ ନେଇ ଅନ୍ୟତ୍ର ପିଇ ପାରିବେ । କିନ୍ତୁ କୌଣସି ପରିସ୍ଥିିତିରେ ବାର ମଧ୍ୟରେ କାହାକୁ ବସାଇ ପିଇବାକୁ ଦିଆଯିବ ନାହିଁ । ମାତ୍ର ଏଠାରେ ଉକ୍ତ ତଥାକଥିତ ବାର ଭିତରେ ଏକକାଳୀନ ୨୦/୩୦ ଗ୍ରାହକ ଗହଳି କରି ବସି ଚାଖଣା ସହିତ ଘଂଟା ଘଂଟା ଧରି ପରସ୍ପର ମଧ୍ୟରେ ଉଚ୍ଚ ସ୍ୱରରେ କଥା ହୋଇ ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି । କେବଳ ସେତିିକି ନୁହେଁ ଏହି ମଦ ଦୋକାନଟି ଶିଶୁ ଶ୍ରମିକ ଆଇନର ଘୋର ଉଲ୍ଲଙ୍ଘନ ପୂର୍ବକ ଏଠାରେ କିଛି ନାବାଳକ ଓ ଶିଶୁଙ୍କୁ ଶ୍ରମିକ ସଜାଇ ଗ୍ରାହକଙ୍କ ବୋତଲରେ ମଦ ଢ଼ାଳିବାଠାରୁ ଆରମ୍ଭ କରି ଚାଖଣା ଯୋଗାଇ ଦେବା ଓ ବୋତଲ ପ୍ଲେଟ ଇତ୍ୟାଦିକୁ ଉଠାଇ ଟେବୁଲ ସଫା କରିବା ଭଳି ନିଷିଦ୍ଧ କାର୍ଯ୍ୟରେ ନିୟୋଜିତ କରାଯାଇଛି । କେବଳ ସେତିକି ନୁହେଁ, ବାର୍ରେ ମଦ୍ୟପାନ ସଂପୂର୍ଣ୍ଣ ମନା ରହିଥିଲେ ମଧ୍ୟ ସଂଧ୍ୟାରୁ ବିଳମ୍ବିତ ରାତି ଯାଏଁ ଖୋଲା ଯାଉଥିବା ଏହି ବାର ସମ୍ମୁଖରେ ୩/୪ ଜଣ କର୍ମଚାରୀ ଚେୟାର ପକାଇ ବସି ହୋଟେଲକୁ ଗ୍ରାହକ ଡାକିଲା ଭଳି ବାର ଭିତରକୁ ଡାକୁଥିବା ଦେଖାଯାଉଛି ।ଅଳ୍ପ ଦୂରରେ ଆଉ ଏକ ଠିପି ବନ୍ଦ ଦୋକାନ ରହିଥିବାରୁ କାଳେ ସେଠାକୁ ଗ୍ରହକ ପଳାଇଯିବେ ଏଣୁ ସଂପୃକ୍ତ ଗ୍ରାହକ ମାନଙ୍କୁ ଲୋଭନୀୟ ଅଫର ପୂର୍ବକ ଆକର୍ଷିତ କରାଯାଉଥିବା ଦେଖାଯାଉଛି । କିନ୍ତୁ ଏହି ବାର୍ର କାରବାର ପଛରେ ସ୍ଥାନୀୟ ଅବକାରୀ କର୍ମଚାରୀଙ୍କର ପୃଷ୍ଠ ପୋଷକତା ରହୁ ଥିବାରୁ ଏହା ଉପରେ ବିଭାଗ ଓ ସ୍ଥାନୀୟ ପୋଲିସ୍ ଆଦୌ ନଜର ପକାଉ ନଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଏ ନେଇ ଅବକାରୀ ଅଧିକ୍ଷକ ରଜତ୍ କୁମାର ପ୍ରହରାଜଙ୍କୁ ପଚାରିବାରୁ ସେ କହିଲେ ଯେ, ସରକାର ଆମ ପାଖକୁ ସେଭଳି କିଛି ଗାଇଡ୍ଲାଇନ ପଠାଇ ନାହାନ୍ତି । ଯଦିବା କେଉଁଠି କିଏ ନିୟମ ଉଲ୍ଲଙ୍ଘନ କରୁଛି ପୋଲିସ୍ର ଦାୟିତ୍ୱ ହେଲା ତାକୁ ଧରିବା, ଆମ କାର୍ଯ୍ୟ ନୁହେଁ । ଆମ କାମ କେବଳ ରେଭିନ୍ୟୁ ସଂଗ୍ରହ କରାଇବା । ତେବେ କିଛି ଦିନ ତଳେ ସମାନ କାରଣରୁ କଟକ ଓ ଭୁବନେଶ୍ୱରରେ ଦୁଇଟି ବାରକୁ ସିଲ କରାଯାଇଥିବା ନେଇ ଶ୍ରୀ ପ୍ରହରାଜଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ସେ କହିଲେ ଯେ ମୁଁ ଏ ବିଷୟରେ ଅବଗତ ନାହିଁ । ତେବେ ତୁରନ୍ତ ଅବକାରୀ ଅଧିକାରୀ ଏବଂ ସମ୍ପୁକ୍ତ ବାର ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ଏବଂ ଜନସାଧରଣ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।
ତାଜା ଖବର
- ବାଲିଗୁଡା ବନାଞ୍ଚଳ ର ଲଣ୍ଡାଗାଁ ରେ ୪ ହଜାର ବାଉଁଶ ଚାରା ରୋପଣ
- ମୁକ୍ତିକାନ୍ତ ମଣ୍ଡଳ ଓ ମଞ୍ଜୁଲତା ମଣ୍ଡଳ ବିଜେପି ରେ ମିଶିବା ପରେ ଭଦ୍ରକରେ ମିଶ୍ରିତ ପ୍ରତିକ୍ରିୟା।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ଗରିବ ଚାଷୀ ବ୍ୟାଙ୍କରୁ ଚାଷ ପାଇଁ ଟଙ୍କା ଉଠାଇ ନେଇ ଘରକୁ ଫେରୁଥିବା ବେଳେ ଲୁଟେରା ଲୁଟିନେଲେ ଟଙ୍କା
- କାହିଁକି ବିଜୁ ଜନତା ଦଳ ଛାଡ଼ିଲେ ତିହିଡ଼ି ବିଜେଡି ର ନେତା ଶ୍ରୀଯୁକ୍ତ ଚିନ୍ତାମଣି ଦାସ
- ସର୍ପ ଦଂଶନରେ ଚାଷୀଙ୍କ ପରଲୋକ ।
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ସାରା ଦେଶରେ ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ ସଚେତନତା କାର୍ଯ୍ୟକ୍ରମ
- ଡାକ୍ତର ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ: ରୋଗୀ ସେବା ବାଧାପ୍ରାପ୍ତ
- ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ କୁ କନ୍ଧମାଳ ଜିଲ୍ଲାପାଳ ଦୁଇଦିନ ପାଇଁ ବନ୍ଦ ଘୋଷଣା କଲେ









