ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ବାଲିଶଙ୍କରା ଭାଟିପଡ଼ା ର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା

Spread the love

ସୁନ୍ଦରଗଡ ତା:୧୪-୦୬-୨୦୨୬ରିଖ (ସନ୍ଧାନ ନ୍ୟୁଜ/ବ୍ୟୁରୋ )ବାଲିଶଙ୍କରା ବ୍ଲକର ବାଲିଶଙ୍କରା ଭାଟିପଡ଼ା ର ୫ଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଓ ପୁରୁଷମାନେ ଏକତ୍ରିତ ହୋଇ ପଡା ରେ ମଦ ବିକ୍ରି ଓ ପିଇବାକୁ ବାରଣ କରାଯାଇଛି l ପଡା ରେ ଏହି ନିୟମ କୁ ଯିଏ ପାଳନ ନ କରିବେ ତାଙ୍କୁ ଦଣ୍ଡ ଗଣିବାକୁ ପଡିବ l ଯିଏ ମଦ ପିଇବ ୧୦ହଜାର ଓ ଯିଏ ମଦ ବିକ୍ରି କରିବ ୧୦ହଜାର ଟଙ୍କା ଦଣ୍ଡ ଦେବାକୁ ପଡିବ l ଏହାର ଯିଏ ଖିଲାପ କରିବ ତାଙ୍କୁ ପଡା ରୁ ସାମାଜିକ ବାସନ୍ଦ କରାଯିବ ବୋଲି କଠୋର ନିଷ୍ପତି ନେଇଛନ୍ତି l ମଦ ପିଇ ପଡା ରେ ଛୋଟ ଶିଶୁ ମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଲିପ୍ତ ରହୁଛନ୍ତି l ଯାହା ଦ୍ୱାରା ପଡା ର ବାତାବରଣ କ୍ଷୁର୍ଣ ହେଉଥିବା ଦେଖି ପଡା ର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ଏକତ୍ରିତ ହୋଇ ଏହି ଚରମ ନିଷ୍ପତି ନେଇଛନ୍ତି l ଆଜି ଗ୍ରାମ ପରିକ୍ରମା କରି ପଡା ରେ ମଦ ବିକ୍ରି ବିରୋଧ କରିଥିଲେ l ସମସ୍ତ ପରିବାର କୁ ସଚେତନ କରିଥିଲେ l ମଦ ବିକ୍ରି ବନ୍ଦ ପାଇଁ ଏହି ଜାଗୃତି ପିଙ୍ଗିଲରାନି, ସ୍ୱାଧୀନ, ଜୟ ଧର୍ମୀ ଗ୍ରୁପ ର ମହିଳା ସହିତ ଗ୍ରାମ ର ପୁରୁଷ ମାନେ ମଧ୍ୟ ସାମିଲ ହୋଇଥିଲେ l

Related Posts

About The Author

Add Comment