ମଣିଷର ଅମାନବୀୟ ଅତ୍ୟାଚାର:ଗୋମାତାକୁ ଦୁଷ୍କର୍ମ

Spread the love

ସମ୍ବଲପୁର/ସନ୍ଧାନ ନ୍ୟୁଜ: ବର୍ବର । ବୀଭତ୍ସ । ଭୟଙ୍କର। କଳ୍ପନା ବାହାରେ ଅମାନୁଷିକ କାରନାମା। ଅମାନବୀୟ ଅତ୍ୟାଚାର।ଗୋମାତାକୁ କରିଛି ଧର୍ଷଣ। ନୃଶଂସର ଜଘନ୍ୟକାଣ୍ଡ । ଯେତେ ନିନ୍ଦା କଲେ ବି କମ୍ ହେବ। କଠୋର ଦଣ୍ଡ ବି କମ୍ ପଡ଼ିଯିବ। ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଭାଲୁପାଲି ଅଞ୍ଚଳରେ। ରାତିରେ ଜଣେ ଯୁବକ ଗାଈକୁ ଗାମୁଛାରେ ବାନ୍ଧି ପାଶବିକ ନିର୍ଯାତନା ଦେଇଥିଲା। ଅଭିଯୁକ୍ତ ଗାଈର ବେକକୁ ଗାମୁଛାରେ ଏତେ ଜୋରରେ ଚିପିଥିଲା ଯେ, ଘଟଣାସ୍ଥଳରେ ଶ୍ବାସରୁଦ୍ଧ ହୋଇ ଜୀବନ ଚାଲିଯାଇଥିଲା। ଯୌନ ରାକ୍ଷସର ଏଭଳି କାରନାମା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପୁଲିସ୍ ତନାଘନା କରି କୁଚିଣ୍ଡା ଅଞ୍ଚଳର ଅଭିଯୁକ୍ତ ସୁନୀଲ୍ ନାଗ (୨୫)କୁ ଗିରଫ କରିଛି। ସୂଚନାଯୋଗ୍ୟ, ଭାଲୁପାଲିସ୍ଥିତ ହୀରାଲାଲ୍ ଗୌଡ଼ଙ୍କ ଘର ସମ୍ମୁଖରେ ରାତି ପ୍ରାୟ ୧.୪୫ରେ ଅଭିଯୁକ୍ତ ସୁନୀଲ ପହଞ୍ଚିଲା। ତାଙ୍କ ଗାଈକୁ ଘର ଗ୍ରୀଲ୍‌ରେ ବାନ୍ଧି ଦେଇ ଆରମ୍ଭ କରିଥିଲା ଅପ୍ରାକୃତିକ ଅତ୍ୟାଚାର। ପ୍ରାୟ ୩ ମିନିଟ ଧରି ଅମାନୁଷିକ କାଣ୍ଡ ଘଟାଇଥିଲା । ଯନ୍ତ୍ରଣାରେ ଛଟପଟ ଗାଈର ଗୋଡ଼ ଘର ସମ୍ମୁଖରେ ଥ‌ିବା ଜାଲିରେ ଫସି ଯାଇଥିଲା। ଗାଈର ଏଭଳି ଅବସ୍ଥା ଦେଖି ଅଭିଯୁକ୍ତ ଚମ୍ପଟ୍ ମାରିଥିଲା। ବୁଧବାର ସକାଳେ ବନ୍ଧା ହୋଇଥିବା ଅବସ୍ଥାରେ ଗାଈ ମରି ପଡ଼ିଥିବା ହୀରାଲାଲ ଦେଖିଥିଲେ । ହଠାତ୍ ଗାଈର ଏଭଳି ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରି ସେ ସିସିଟିଭି ଯାଞ୍ଚ କରିଥିଲେ। ସିସିଟିଭିରେ କଏଦ ଦୃଶ୍ୟ ସମସ୍ତଙ୍କୁ ହତବାକ୍ କରିଥିଲା । ଘଟଣାକୁ ନେଇ ସେ ଅଇଁଠାପାଲି ଥାନାରେ ଏତଲା ଦେଇଥିଲା । ପୁଲିସ୍ ସିସିଟିଭି ଯାଞ୍ଚ କରି ତନାଘନା କରି ଅଭିଯୁକ୍ତକୁ ଗିରଫ କରିଛି। ମଣିଷର ଏଭଳି ପଶୁ ପ୍ରକୃତି ସମଗ୍ର ଜିଲ୍ଲାରେ ଆଲୋଡ଼ନ ଖେଳାଇ ଦେଇଛି। ଲୋକଙ୍କ ଆବେଦନ  ଗୋମାତା ସହ ଦୁଷ୍କର୍ମ ଘଟଣା ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଦାବି ଭାଲୁପାଲିରେ ଗୋମାତା ସହ ଘଟିଥିବା ଦୁଷ୍କର୍ମ ପରି ଘୃଣ୍ୟ ଘଟଣା ସମଗ୍ର ମଣିଷ ସମାଜ ପାଇଁ ଏକ କଳଙ୍କ। ଏହି କୁକର୍ମ କରିଥିବା ବ୍ୟକ୍ତିଙ୍କୁ ସମାଜରେ ଖୋଲାଖୋଲି ବୁଲିବାର ଅଧିକାର ନାହିଁ। ଏହିପରି ଲୋକ ମୁକ୍ତ ରହିଲେ ଆମର ଝିଅ-ବୋହୁମାନେ, ଆମ ସମାଜର ସମସ୍ତେ ଅସୁରକ୍ଷିତ ହୋଇପଡିବେ। ସେଥିପାଇଁ, ଲୋକେ ଦାବି କରିଛନ୍ତି। ଏହି କେସକୁ ତୁରନ୍ତ ଫାଷ୍ଟ ଟ୍ରାକ କୋର୍ଟ କୁ ପଠାଯାଉ। କୌଣସି ପ୍ରକାରର ଜମାନତ ଯାଚିକାକୁ ବିଚାର ନ କରାଯାଉ। ସମାଜର ମନୋଭାବକୁ ମନେରଖି କଠୋରରୁ କଠୋର ଦଣ୍ଡ ଦିଆଯାଉ।ବିଭିନ୍ନ ସମାଜ ସଂଗଠନ, ଗୋଭକ୍ତ, ସାଧୁ-ସନ୍ତ ଏବଂ ଜନସାଧାରଣଙ୍କ ପକ୍ଷରୁ ଏହାର ବିରୋଧରେ ସ୍ୱର ଉତ୍ତୋଳନ କରାଯାଉଛି। ଏହିପରି କୁକର୍ମ ପୁନରାବୃତ୍ତି ନହେବା ପାଇଁ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚିତ।ଗୋମାତାଙ୍କ ସୁରକ୍ଷା, ସମାଜର ସୁରକ୍ଷା। ସମସ୍ତଙ୍କ ଦାୟିତ୍ବ ହେବା ଉଚିତ।

Related Posts

About The Author

Add Comment