ମଙ୍ଗଳପୁର ଠାରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

Spread the love

ଯାଜପୁର ସଦର, : ୪/୫/୨୬ (ସନ୍ଧାନ ନ୍ୟୁଜ )  ଦଶରଥପୁର ବ୍ଲକର ମଙ୍ଗଳପୁର ବଜାର ଠାରେ ଥିବା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଯାଜପୁର ଆଞ୍ଚଳିକ କମିଟି ପକ୍ଷରୁ କାର୍ଯ୍ୟାଳୟ ପରିସରରେ ବିଶ୍ୱ ଶ୍ରମିକ ଦିବସ (ମଇ ପହିଲା )ଶୁକ୍ରବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ପ୍ରଥମେ ଦଶରଥପୁରର ଗୋପବନ୍ଧୁ କଳା ବିକାଶ କେନ୍ଦ୍ର ପକ୍ଷରୁ ବିପ୍ଲବି ସଂଗୀତ ଗାନ କରାଯାଇଥିଲା। ଏଥିରେ କୟାଁ, କମାର ଡିହି, ଖାନନଗର, ଦତ୍ତପୁର, ଦୁଦୁରାଅଣ୍ଟା, ଅସନପୁର, ଥାଲକୁଡ଼ି ଓ କନିକାପଡ଼ା ଆଦି ପଞ୍ଚାୟତର ଶତାଧିକ କମ୍ରେଡ ଭାଇ ଓ ଭଉଣୀ ମାନେ ଲାଲ ପତାକା ଧରି ମଶାଲ ସୋଭାଯାତ୍ରା କରି ମଙ୍ଗଳପୁର ବଜାର ପରିକ୍ରମା କରିବା ପରେ ସଭାସ୍ଥଳି ନିକଟରେ ପହଁଞ୍ଚିଥିଲେ। କମ୍ରେଡ ସାଥୀ ମଳୟ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଏକ ସଭା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ରାଜ୍ୟସମ୍ପାଦକ ପ୍ରଶାନ୍ତ ମିଶ୍ର, ମୁଖ୍ୟବକ୍ତାଭାବେ ଶିକ୍ଷାବିତି ଓ ମାର୍କ୍ସବାଦୀ ତତ୍ବବିତ ମାନସ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସମ୍ପାଦକ ଇଶ୍ୱର ପରିଡ଼ା, ସହ ସମ୍ପାଦକ ଅଭୟ କୁମାର ପଣ୍ଡା, କନିକାପଡ଼ା ପଞ୍ଚାୟତର ସମିତିସଭ୍ୟା ସୁନିତା ଦାସ, ବଳିଷ୍ଠ ନେତା ନବକିଶୋର ବେହେରା, ଶିକ୍ଷକନେତା ରବି ଶତପଥୀ, ଆଞ୍ଚଳିକ କମିଟି ସମ୍ପାଦକ ଏସ. ଶତପଥୀ, ସହ ସମ୍ପାଦକ ବିଜୟ ନାୟକ ଓ ଚୌଧୁରୀ ଜେନା ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଶ୍ରମିକ ଦିବଶର ଉଦେଶ୍ୟ ବାବଦରେ ବକ୍ତାମାନେ ଆଲୋକପାତ କରିଥିଲେ।

Related Posts

About The Author

Add Comment