ଭାରତୀୟ ପାଣିପାଗ ବିଭାଗର ସର୍ବୋଚ୍ଚ ପଦରେ ଓଡ଼ିଆ
ଭୁବନେଶ୍ୱର, ୫/୬ (ସନ୍ଧାନ ନିୟୁଜ) ଭାରତୀୟ ପାଣିପାଗ ବିଭାଗର ସର୍ବୋଚ୍ଚ ପଦରେ ଓଡ଼ିଆ। ଓଡିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଅଗଷ୍ଟମାସ ଏକ ତାରିଖରୁ ସେ (ଆଇଏମ୍ଡି )(ଡିଜି) ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ୫ ବର୍ଷ ପାଇଁ ଏହି ପଦରେ ରହିବେ ବୋଲି ସୂଚନା ମିଳିଛି । ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ମୃତ୍ୟୁଞ୍ଜୟଙ୍କର ବହୁ ଆକଳନ ଠିକ୍ ପ୍ରମାଣିତ ହୋଇଛି।
Related Posts
About The Author