ବାରିପଦା, ୦୮.୦୨.୨୦୨୧(ସନ୍ଧାନ ନିଉଜ୍):- ଦେଶର ସବୁଠାରୁ ବଡ ଲାଇଫ୍ ଇନସ୍ୟୁରାନ୍ସ କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(LIC) ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ଅନେକ ପଲିସି ଆଣିଛି । ତେବେ ଏଲଆଇସିର ଏମିତି ଏକ ସ୍କିମ୍ ଅଛି ଯାହା ପିଲାଙ୍କ ଆବଶ୍ୟକତାକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି । ଏହି ପଲିସିରେ ନିବେଶ କରି ଗ୍ରାହକ ଅନେକ ଫାଇଦା ପାଇପାରିବେ । ଏହା ହେଉଛି ‘ନ୍ୟୁ ଚିଲଡ୍ରେନ୍ସ ମନି ବ୍ୟାକ୍ ପ୍ଲାନ୍’ ।
ଏହି ପଲିସିର ଖାସ୍ ବୈଶିଷ୍ଟ୍ୟ:-
ଏହି ବୀମାକୁ ନେବା ପାଇଁ ସର୍ବନିମ୍ନ ଆୟୁ ୦ ବର୍ଷ । ବୀମା ନେବାର ସର୍ବାଧିକ ବୟସ ସୀମା ୧୨ ବର୍ଷ । ଏହାର ସର୍ବନିମ୍ନ ବୀମା ରାଶି ୧୦ ହଜାର ଟଙ୍କା । ସର୍ବାଧିକ ବୀମା ରାଶିର କୌଣସି ସୀମା ନାହିଁ । ଏହି ସ୍କିମର ମନି ବ୍ୟାକ୍ ପ୍ଲାନର ସମୁଦାୟ ଟର୍ମ ୨୫ ବର୍ଷ । ଏହି ପ୍ଲାନ ଅନୁସାରେ ଏଲଆଇସି ପିଲା ପାଇଁ ୧୮ ବର୍ଷ , ୨୦ ବର୍ଷ ଓ ୨୨ ବର୍ଷ ହେଲେ ବେସିକ୍ ସମ୍ ଇନସ୍ୟୁର୍ଡର ୨୦-୨୦ ପ୍ରତିଶତ ରାଶିର ପୈଠ କରିଥାଏ । ଶେଷ ୪୦ ପ୍ରତିଶତ ରାଶିର ପୈଠ ପଲିସି ହୋଲ୍ଡରର ୨୫ ବର୍ଷ ପୂରା ହେଲେ କରାଯିବ । ଏହା ସହିତ ସମସ୍ତ ବକେୟା ବୋନସର ପୈଠ ମଧ୍ୟ କରାଯିବ ।
ମ୍ୟାଚୁରିଟି ବେନିଫିଟ୍:- ପଲିସି ମ୍ୟାଚୁରିଟି ସମୟରେ(ବୀମା ଧାରକଙ୍କ ପଲିସି ଅବଧି ସମୟରେ ମୃ୍ତ୍ୟୁ ନହେଲେ) ପଲିସିଧାରକଙ୍କ ବୀମା ରାଶିର ବାକି ୪୦ ପ୍ରତିଶତ ବୋନସ ସହିତ ମିଳିବ ।
ଡେଥ୍ ବେନିଫିଟ୍:- ପଲିସି ଅବଧି ସମୟରେ ପଲିସିଧାରକଙ୍କ ମୃତ୍ୟୁ ସ୍ଥିତିରେ ବୀମା ରାଶି ବ୍ୟତୀତ ସାଧାରଣ ପ୍ରତ୍ୟାବର୍ତ୍ତୀ ବୋନସ୍ ଓ ଅନ୍ତିମ ଅତିରିକ୍ତ ବୋନସ ଦିଆଯାଏ । ଡେଥ୍ ବେନିଫିଟ୍ ସମୁଦାୟ ପ୍ରିମିୟମ୍ ପେମେଣ୍ଟର ୧୦୫ ପ୍ରତିଶତରୁ କମ୍ ହେବନି ।