ଭାରତରେ କରୋନା: ୨୪ ଘଣ୍ଟାରେ ୪୮୦ ଲୋକ ମୃତ, ୧୨,୩୩୧ ନୂଆ ପଜିଟିଭ୍‌

Spread the love

ନୂଆଦିଲ୍ଲୀ,: କରୋନା ଭାଇରସ ମହାମାରୀର ସ୍ଥିତି ସୁଧୁରିବାରେ ଲାଗିଛି। ଭାରତରେ ସଂକ୍ରମଣର ୨ୟ ଲହର ହ୍ରାସ ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨ ହଜାର ୩୩୧ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୨ ହଜାର ୮୧୬ ଜଣ ସୁସ୍ଥ ହୋଇଛନ୍ତି। କିନ୍ତୁ ୪୮୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ ହଜାର ୮୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହି ସମୟ ମଧ୍ୟରେ ୯ ହଜାର ୭୪୯ ଜଣ ସୁସ୍ଥ ହୋଇଥିଲା ବେଳେ ୩୦୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ତେବେ କରୋନାରୁ ଦେଶରେ ସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଟିକାକରଣ ଓ ଲକଡାଉନ-ସଟଡାଉନରୁ ସୁଫଳ ମିଳୁଛି।

କେନ୍ଦ୍ର ସରକାର କରୋନାକୁ ହରାଇବା ପାଇଁ ବ୍ୟାପକ ପଦକ୍ଷେପ ନେଇଛନ୍ତି। ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିଛନ୍ତି। କିନ୍ତୁ ବ୍ୟାପକ ସତର୍କତା ଅଭିଯାନ, ଟିକାକରଣ ଓ ଅନ୍ୟ ଅବଶ୍ୟକ ପଦକ୍ଷେପ ନିଆଯିବା ସତ୍ତ୍ବେ ସଂକ୍ରମଣ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହେବାକୁ ସମୟ ଲାଗିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

କୋଭିଡ-୧୯ ଉପରେ ନଜର ରଖିଥିବା ୱେବସାଇଟ ୱାଲଡୋମିଟରର ତଥ୍ୟ ଅନୁସାରେ ଦେଶରେ ଆଜି ପର୍ଯ୍ୟନ୍ତ ୩ କୋଟି ୪୩ ଲକ୍ଷ ୮୬ ହଜାର ୭୮୬ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୩ କୋଟି ୩୭ ଲକ୍ଷ ୭୬ ହଜାର ୫୩ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ୪ ଲକ୍ଷ ୬୧ ହଜାର ୮୨୭ ଲୋକ କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଏବେ ୧ ଲକ୍ଷ ୪୮ ହଜାର ୯୦୬ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ତେବେ ଭାରତ ସରକାରଙ୍କ ଦ୍ବାରା ଦୈନିକ କରୋନା ରିପୋର୍ଟ ଜାରି ହେବା ପରେ ଦେଶର ପ୍ରକୃତ ସଂକ୍ରମଣ ତଥ୍ୟ ଜଣାପଡ଼ିବ। @Sandhan News

Related Posts

About The Author

Add Comment