ଜେନାପୁର /୧୦/୦୨/(ସନ୍ଧାନ ନ୍ୟୁଜ )ଫେବୃଆରୀ ୧୦ ମଙ୍ଗଳବାର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ରେ, ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ସ୍ୱାସ୍ଥ୍ୟ ଶିବିରେ ଏଣ୍ଡଳବା ଗ୍ରାମପଞ୍ଚାୟତର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଏଣ୍ଡଳବା ପଞ୍ଚାୟତ ଅଫିସ ଠାରେ ସ୍ବାସ୍ଥ୍ୟ ଶିବିର ଆୟୋଜିତ କରାଯାଇଥିଲା…
ଏହି ଶିବିରକୁ ଉଦ୍ଘାଟନ କରିଥିଲେ ଧର୍ମଶାଳା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ହିମାଂଶୁ ଶେଖର ସାହୁଙ୍କ ନିର୍ଦେଶ କ୍ରମେ ଏଣ୍ଡଳବା ସରପଞ୍ଚ ଙ୍କ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ପ୍ରଭାରୀ ଶତ୍ରୁଘ୍ନ ବରାଳ, ସନ୍ତୋଷ ସ୍ୱାଇଁ, କୁନା ସାହୁ, ସତ୍ୟଜିତ ଦାସ , ଅଭିଷେକ ସାହୁ, ଲୋକନାଥ ମହାନ୍ତି ଏବଂ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସଦସ୍ୟ ମାନେ ଏହି ଶିବିର ରେ Hitech Medical College ର ଅଭିଜ୍ଞ ଡାକ୍ତରମାନେ ଯୋଗଦାନ କରି ଚର୍ମ, ମଧୁମେହ , ରକ୍ତଚାପ,
ଶିଶୁରୋଗ, ରୋଗୀମାନଙ୍କ ଚିକିତ୍ସା କରି ୩ ମାସ ପାଇ ବିନା ମୂଲ୍ୟରେ ଔଷଧ ବଣ୍ଟନ
କରିଥିଲେ, ପାଖ ଆଞ୍ଚଳରୁ ପ୍ରାୟ ୬୫୦ ଜଣ ରୋଗୀ ଏହି ଶିବିର ରେ ଯୋଗଦାନ କରିଥିଲେ…
ଏହି ଶିବିରରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ , ଡାଇବେଟିସ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ଆଗାମୀ ଦିନରେ ବାକି ଥିବା ସମସ୍ତ ପଞ୍ଚାୟତରେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି, ସ୍ବାସ୍ଥ୍ୟ ଶିବିରକୁ ଟ୍ରଷ୍ଟର ମେମ୍ବର ମାନଙ୍କ ସମେତ Hitech Medical Collegeର କତୃପକ୍ଷ ମାନେ ପରିଚାଳନା କରିଥିଲେ…



