ଭାଉଜକୁ ଶୀଳ ପୁଆରେ ଛେଚି ହତ୍ୟା କଲା ଦିଅର

Spread the love

ଅନୁଗୁଳ, ୦୪.୦୨.୨୦୨୧(ସନ୍ଧାନ ନିଉଜ୍):- ଅନୁଗୁଳ ସୁସୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ଭାଉଜକୁ ଶୀଳ ପୁଆରେ ଛେଚି ହତ୍ୟା କଲା ଦିଅର। ଭାଉଜ ସଂଗୀତା ଭୋଇଙ୍କ ପରେ ଦିଅର ସୁବାସ ଭୋଇ ଅନଗୁଳ ଟାଉନ ଥାନାରେ ଆତ୍ମ ସମର୍ପଣ କରିଛି। ଭାଇ ନୀଳମଣି ବାହାରକୁ କାମ କରି ଯାଇଥିବା ବେଳେ ଭାଉଜ ଘରେ ଥିବା ଅବସ୍ଥାରେ ଦିଅର ପଥରରେ ଛେଚି ହତ୍ୟା କରିଛି। କାହିଁକି ଭାଉଜଙ୍କୁ ହତ୍ୟା କଲା, ତାହା ବର୍ତ୍ତମାନ ଜଣାପଡି ନାହିଁ। ଭାଉଜ ସଂଗୀତା ୬ ମାସର ଗର୍ଭବତୀ ଥିଲେ। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଆସନ୍ତାକାଲି ସାଇଣ୍ଟିଫିକ ଟିମ୍ ଆସିଲା ପରେ ତଦନ୍ତ ଆରମ୍ଭ ହେବ ବୋଲି ପୋଲିସ ସୂଚନା ଦେଇଛି।

Related Posts

About The Author

Add Comment