ଭଦ୍ରକ, ୧୮/୦୮ (ସନ୍ଧାନ ନିଉଜ) – ଭଦ୍ରକ ବିକାଶ ମଞ୍ଚପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବର ପୁରୁଣାବଜାର ସ୍ଥିତ ମଦିନା-ମଇଦାନ ପରିସରରେ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟଅତିଥି ରୂପେ ।ଯୋଗଦେଇ ଏହି ସ୍ୱାସ୍ଥ୍ୟସେବା ଶିବିରକୁ ଉଦ୍ଘାଟନ କରିଥିଲେ । ବିକାଶମଞ୍ଚର ମୁଖ୍ୟ ସଂଯୋଜକ ତଥା ସାମ୍ବାଦିକ ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ସାଂସଦ ଶ୍ରୀମତୀ ମଣ୍ଡଳଙ୍କ ସମେତ ଭଦ୍ରକର ବିଧାୟକ ସଂଜୀବ ମଲ୍ଲିକ୍,କାଜୁ ନିଗମର ଅଧ୍ୟକ୍ଷ ମୁନ୍ନା ଖାଁ,ଭଦ୍ରକ ଚଉଦ ମହଲା ମୁସଲିମ୍ ଜମାତର ସଭାପତି ଅବଦୁଲ ବାରୀ,ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରମୁଖ ଯୋଗଦେଇ ପବିତ୍ର ସ୍ୱାଧିନତା ଦିବସରେ ବିକାଶମଞ୍ଚ ପକ୍ଷରୁ ହେଉଥିବା ମାଗଣା ସ୍ୱାସ୍ଥ୍ୟ ସେବା ଶିବିରର ସମସ୍ତ କର୍ମକର୍ତ୍ତାଙ୍କ ଭୂମିକାକୁ ଉଚ୍ଚ ପ୍ରଂଶସା କରିଥିଲେ । ଆଗାମୀ ଦିନରେ ପୁରୁଣାବଜାର ଅଞ୍ଚଳ ବିକାଶ ଦିଗରେ ଭଦ୍ରକ ସାଂସଦ ଶ୍ରୀମତୀ ମଣ୍ଡଳ ଓ ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ମଲ୍ଲିକ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବେ ବୋଲି ବକ୍ତବ୍ୟ ଦେଇଥିଲେ । ଆୟୋଜିତ ଏହି ମାଗଣା ସ୍ୱାସ୍ଥ୍ୟସେବା ଶିବିରରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଏସ.ଏମ ଫାରୁକ୍, ଇକ୍ବାଲ୍ ଖାଁ, ଭଦ୍ରକ ଓକିଲ ସଂଘର ସଂପାଦକ ସୂର୍ଯ୍ୟକାନ୍ତ କୁଅଁର,ମୋକିଦ୍ ଖାଁ, ହରି ନନ୍ଦୀ,ସେକ୍ ନାଜୀ ମୁଦ୍ଦିନ୍, ହାଜି ଅନୱାର ସାହେବ, ହାଜି ମନୋହର, ପ୍ରଫେସର କୀସୁନ ବାବୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସାôାଳୟ ଏବଂ କଟକର ବହୁ ପ୍ରତିଷ୍ଠିତ ଡାକ୍ତରମାନେ ଯୋଗଦେଇ ମାଗଣାରେ ଏକ ହଜାରରୁ ଉଦ୍ଧ୍ୱର୍ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଓøଷଧ ବଣ୍ଟନ କରାଯାଇଥିଲା । ବିକାଶ ମଞ୍ଚର ସଭାପତି ଅବୁହୋସେନ୍ ଖାଁ, ସାଧାରଣ ସଂପାଦକ ସେକ୍ ତାଜୁଦ୍ଧିନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଥମେ କେ.ବି.ମାର୍କେଟ କଂପ୍ଲେକ୍ସଠାରେ ଥିବା ମଞ୍ଚ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ଉସôବରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହାଜି ଅବଦୁଲ ବାରୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ମଦିନା-ମଇଦାନରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଉପଦେଷ୍ଟା ହବିବୁର ରହେମାନ,ମଞ୍ଚର ଉପସଭାପତି ସେକ୍ ଜରୋ, ବରିଷ୍ଟ ସଦସ୍ୟ ମନାନ୍ ଖାଁ,କୋଷାଧ୍ୟକ୍ଷ ତଫିକ୍ ରଜା ଖାନ୍, ଇମିତିଆଜ୍ କମଲ,ନେସାର ଖାଁ, ମହମ୍ମଦ ଆରିଫ୍, ତପନ ସେଠୀ, ସୁଲେମାନ ଖାଁ ପ୍ରମୁଖ ପରିଚାଳନା କରିଥିଲେ
ଭଦ୍ରକ ବିକାଶ ମଞ୍ଚପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବର
|
August 18, 2019 |



