ଭଦ୍ରକ,୧୫/୬ (ସନ୍ଧାନ ନିୟୁଜ) ଭଦ୍ରକରେ ଅନୁଷ୍ଠିତ ହେଉଥିବା ପୁସ୍ତକ ମେଳାର ଆଦ୍ୟ ପ୍ରତିଷ୍ଠାତା ସମ୍ପାଦକ, ସାରସ ପବ୍ଲିକେଶନର ସତ୍ତ୍ୱାଧିକାରୀ, ଦେଶବନ୍ଧୁ ପତି୍ରକାର ପ୍ରକାଶକ, ସାହିତ୍ୟାନୁରାଗୀ, କବି ଅକ୍ଷୟ କୁମାର ବାରିକ୍ଙ୍କର ଆଜି ସକାଳେ ୪୭ ବର୍ଷ ବୟସରେ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି କିଡ୍ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଡାଇଲିସିସ ଚିକିତ୍ସା ହେଉଥିଲେ । ଆଜି ସକାଳେ ସେ ନିଜର ନିତ୍ୟକର୍ମ ସାରିବା ସହିତ ଜଳଖିଆ ଖାଇ ସାରିବା ମାତ୍ରେ ହଠାତ୍ ଅସୁସ୍ଥ ହୋଇ ପଡିଥିଲେ । ସବୁ ଘଟଣା ଏଭଳି ଘଟି ଯାଇଥିଲା ଯେ ତାଙ୍କୁ ମେଡିକାଲ ଆଣିବାକୁ ମଧ୍ୟ ସମୟ ମିଳି ନ ଥିଲା । ଅକ୍ଷୟଙ୍କ ଘର ତିହିଡି ବ୍ଳକ ବାରୋ ପଞ୍ଚାୟତର ବଢେଇଗଡିଆ ଗ୍ରାମରେ । ସେ ଦୀର୍ଘ ଦିନ ଧରି ଭଦ୍ରକ ମନମୋହନ ସଂଗୀତ ପରିଷଦ ପରିସରରେ ରହୁଥିଲେ । ତାଙ୍କ ମୃତୁ୍ୟ ଖବର ପାଇ ଧାମନଗର ବିଧାୟକ ବିଷ୍ଣୁ ସେଠୀ, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ତଥା ପୁସ୍ତକ ମେଳା କମିଟିର ସଭାପତି ଅଜୟ ନାୟକ, ପ୍ରଫେସର ରାଜକିଶୋର ସାହୁ, ପ୍ରଫେସର ଅଟଳ ବିହାରୀ ନାୟକ, ଫେଲୋସିପ୍ର ନିଦେ୍ର୍ଦଶକ ଲଲାଟେନ୍ଦୁ ମହାନ୍ତି, ପୁସ୍ତକ ମେଳା କମିଟିର ଯୁଗ୍ମ ସମ୍ପାଦକ ରୂପକ ବିହାରୀ ରାୟ, ଉକ୍ରଳ ସମ୍ମିଳନୀ ଭଦ୍ରକ ଶାଖାର ଜିଲ୍ଳା ସଭାପତି ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ଯୁବନେତା ଜ୍ୟୋତିପ୍ରକାଶ ମହାନ୍ତି, ଅଧ୍ୟାପକ ଡ. ଅଭୟ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଭଜଗୋବିନ୍ଦ ଜେନା, ତପନ କୁମାର ମିଶ୍ର, ଗୌରହରି ନାୟକ, କବି ଦିବ୍ୟସିଂହ ଦାସଅଧିକାରୀ, କବି ଅକ୍ଷୟ ଯେନା, ପ୍ରାଧ୍ୟାପିକା ଡ. ପ୍ରଭାତ ନଳିନୀ ମହାପାତ୍ର, ପ୍ରାଧ୍ୟାପିକା ରାଧାରାଣୀ ମହାପାତ୍ର, ଗୋଲକ ବିହାରୀ ସାହୁ, ସୁଧାକର ରାଉତ, ଡାକ୍ତର ହରିହର ନାୟକ, ଅଧ୍ୟାପକ ନୀହାର ରଂଜନ କର, ନାଟ୍ୟଶ୍ରୀ ନିର୍ମଳ ରାଉତ, ବସନ୍ତ ମହାନ୍ତି, ଶ୍ୟାମସୁନ୍ଦର ମିଶ୍ର, ଓମ୍ପ୍ରକାଶ ମିଶ୍ର, ସତ୍ୟପ୍ରକାଶ ମିଶ୍ର, ସେକ୍ ରହେମାନ, ରଜତ ସାହୁ ପ୍ରମୁଖ ଶେଷ ଦର୍ଶନ କରିବା ସହ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅଜୟ ନାୟକ ରୂପକ ରାୟ, ତପନ ମିଶ୍ର, ଅଟଳ ନାୟକ, ରାଜିକିଶୋର ସାହୁ, ଅଭୟ ଦାସ ପ୍ରମୁଖ ତାଙ୍କ ଶବକୁ ନେଇ ବାରୋ ଗ୍ରାମକୁ ଯାଇଥିଲେ । ରାସ୍ତାରେ ଆନନ୍ଦବଜାର ଛକଠାରେ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳଙ୍କ ସମେତ ସାମ୍ବାଦିକ ବୈକୁଣ୍ଠ ସାହୁ, ଶୈଳେନ୍ଦ୍ର ପରିଡ଼ା, ସୁରେନ୍ଦ୍ର ଜେନା ଏବଂ ଅନ୍ୟମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଗ୍ରାମରେ ତାଙ୍କ ଶବ ପହଞ୍ଚିବା ପରେ ସେଠାରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ୱର୍ଗତ ଅକ୍ଷୟଙ୍କ ଦୁଇ ସାନଭାଇ, ତାଙ୍କ ମାଆ ତଥା ପରିବାର ଲୋକଙ୍କ କ୍ରନ୍ଦନରେ ସେଠାରେ ଏକ ଭିନ୍ନ ବାତାବରଣ ସୃଷ୍ଟି ହୋଇଥିଲା । ଅଧ୍ୟାପକ ବିଶ୍ୱରଂଜନ ଦାସ, ସାମ୍ବାଦିକ ରାଜେଶ ସେଠୀ, ଡ. ଅରବିନ୍ଦ ଦାସ, ନିର୍ମଳଚନ୍ଦ୍ର ସେନାପତି ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ଗ୍ରାମ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।
REPORT- RAMESH NAYAK