ଭଦ୍ରକ କେଶପୁର ସ୍ଥିତ ସର୍ବ ପୁରାତନ ଜଗନ୍ନାଥ ଧାମରେ ରଥଯାତ୍ରା
|
July 4, 2019 |


ସର୍ବ ପୁରାତନ ଜଗନ୍ନାଥ ଧାମ ଆଜି ଭକ୍ତଙ୍କ ଗହଣରେ ଉତ୍ସବମୁଖର ହୋଇ ଉଠିଛି । ସ୍ଥାନୀୟ ଜଗନ୍ନାଥ କମିଟି ପକ୍ଷରୁ ପବିତ୍ର ରଥଯାତ୍ରା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଭଦ୍ରକ ଜିଲ୍ଲାରେ ହରିବୋଲ କ୍ଷେତ୍ରନାମରେ ପରିଚିତ ଏହି ସ୍ଥାନ ରେ ଆଜି ରଥଯାତ୍ରା ପୂର୍ବରୁ ଛେରାପହଁରା କରିଛନ୍ତି ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ। ବିଶେଷ ଭାବେ ଏହି ରଥଯାତ୍ରା ଭଦ୍ରକ ବ୍ଳକରୁ ଆରମ୍ଭ ହୋଇତିହିଡି ବ୍ଳକର ଗୁଆମାଳ ପଞ୍ଚାୟତ ସ୍ଥିତ ମାଉସି ମା ମନ୍ଦିରରେ ପହଞ୍ଚିଥାଏ , ଏହି ତିନି କିଲୋମିଟର ବ୍ୟାପି ଘୋଷଯାତ୍ରା ଦେଖିବାକୁ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ହଜାର ହଜାର ଭକ୍ତ ରୁଣ୍ଡିଭୁତ ହୋଇଛନ୍ତି, ସମାନ ଢଙ୍ଗରେ ପ୍ରଭୁ ଜଗନ୍ନାଥ ବଳଭଦ୍ରଙ୍କ ରଥ ପୁରୁଷ ଭକ୍ତମାନେ ଟାଣୁଥିବା ବେଳେ ମାତା ସୁଭଦ୍ରାଙ୍କ ରଥ ମହିଳା ଭକ୍ତମାନେ ଟାଣିବାରେ ଦେଖିବାକୁ ମିଳିଥିଲା , ସମସ୍ତଙ୍କ ଭାବାବେଗର ଉକ୍ତି ଥିଲା ଏହି ସ୍ଥାନ ପୁରୀ ଠାରୁ କୌଣସି ଥିରେ କମ ନୁହଁ , ଭକ୍ତମାନଙ୍କୁ ଆଖି ଆଗରେ ରଖି ପ୍ରଶାସନ ଯେତିକି ପ୍ରସ୍ତୁତ ଥିଲା ଆୟୋଜକ କମିଟି ମଧ୍ୟ ସେତିକି ପ୍ରସ୍ତୁତି କରିଥିଲା, କମିଟି ପକ୍ଷରୁ ଘୋଷଯାତ୍ରା ଧାରା ବିବରଣି, ଘଣ୍ଟ ଘଣ୍ଟା, କିର୍ତ୍ତନ ମଣ୍ଡଳୀ ଆଦି ଏହି ସ୍ଥାନ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା