ଯାଜପୁର, ତା- ୨୧.୪.୨୨. ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ନିର୍ଦ୍ଦେଶ ଅନୁ୍ଯାୟୀ ଆସନ୍ତା ୨୫ ତାରିଖ, ସୋମବାର ସକାଳ ୭ ଘଟିକା ସମୟରେ କଳିଙ୍ଗ ନଗର ଊନ୍ନୟନ କର୍ତ୍ତୃପକ୍ଷଙ୍କ ସମ୍ମିଳନୀ ଗୃହରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ଚକ୍ରୱର୍ତ୍ତି ସିଂହ ରାଠୋର ବିଭାଗୀୟ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । କୋଭିଡ୍ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚ ପର ଠାରୁ ଏହି ଜନ ଶୁଣାଣି ବନ୍ଦ ରହିଥିଲା, ଯାହା ଗତ ୧୮ ତାରିଖରୁ ଜିଲ୍ଳ୍ା ସ୍ତରରେ ଆରମ୍ଭ କରାଯାଇଚ୍ଥି । ସାଧାରଣ ଜନତାଙ୍କ ହିତ ଦୃଷ୍ଟିରୁ ଏଣିକି ପ୍ରତି ସୋମବାର ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ତତ୍ତ୍ୱାବଧାନରେ ପ୍ରତ୍ୟକ୍ଷ ଜନ ଶୁଣାଣି ଅନୁଷ୍ଠିତ ହେବ । ଏହା ଦ୍ୱାରା ପ୍ରତ୍ୟେକ ସାଧାରଣ ଜନତା ଏହାର ସୁଫଳ ପାଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ରାଠୋର ପ୍ରକାଶ କରିଛନ୍ତି ।
ବ୍ୟାସନଗରରେ ପ୍ରତ୍ୟକ୍ଷ ଜନ ଶୁଣାଣି ୨୫ରେ
|
April 21, 2022 |