ବ୍ଲକ ସ୍ତରୀୟ ସଂସଦ କ୍ରୀଡା ମହୋତ୍ସବ ୨0୨୫କାର୍ଯ୍ୟକ୍ରମ ଉଦଯାପିତ

Spread the love

ତା:0୫-୧୨-୨0୨୫ରିଖ (ସନ୍ଧାନ ନ୍ୟୁଜ /ଦୁର୍ଯ୍ୟୋଧନ ଗରଡ଼ିଆ )ଆଜି ବାଲିଶଙ୍କରା ବ୍ଲକ ର ବନ୍ଧ ବାହାଲ ପଡିଆ, ବାଲିଶଙ୍କରା ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ, ତୁମଳିଆ ପଡିଆ,ସଉନା ମରା ହକି ପଡିଆ ତଥା ସଉନା ମରା ସରକାରୀ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ବ୍ଲକ ସ୍ତରୀୟ ସଂସଦ କ୍ରୀଡା ମହୋତ୍ସବ ୨0୨୫କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଖୋଖୋ, ବଡ଼ମୀଣ୍ଟନ, ପୁଚି ଖେଳ, ରସିଡିଆଁ, କବାଡି, ଫୁଟବଲ, ହକି, ଭଲିବଲ ଆଦି ଖେଳ ଅନ୍ୟ ଅନ୍ୟ ଜାଗା ରେ ପୃଥକ ପୃଥକ ଭାବରେ ଅନୁଷ୍ଠିତ କରାଯାଇଥିଲା l ବାଲିଶଙ୍କରା ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ଅଞ୍ଚଳ ର ବିଦ୍ୟାଳୟ ରୁ ନା ନା ଖେଳ ରେ ଛାତ୍ର ଛାତ୍ରୀ ମାନେ ଭାଗ ନେଇ ନିଜର ଖେଳ ପ୍ରଦର୍ଶନ ଦେଖାଇ ଥିଲେ l ସମସ୍ତ ପଞ୍ଚାୟତ ସରପଞ୍ଚ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା  ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମ କୁ ତୁଲାଇ ଥିଲେ l

Related Posts

About The Author

Add Comment