।ଜେନାପୁର,୫/୮ (ସନ୍ଧାନ ନିୟୁଜ): ଚଣ୍ଡିଖୋଲ- ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଜେନାପୁର ଏବଂ କଳିଙ୍ଗ ନଗର ଥାନା ଅଞ୍ଚଳରେ ବ୍ରାହ୍ମଣୀ ନଦୀ ରେ ଏକ କୁମ୍ଭୀର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇବା ପରେ ଉକ୍ତ ଅଞ୍ଚଳରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି। ଅପରାହ୍ନରେ କିଛି ସ୍ଥାନୀୟ ଲୋକ ଏହାକୁ ଦେଖିବା ପରେ ମୋବାଇଲ ରେ ଭିଡ଼ିଓ ଉତ୍ତୋଳନ କରିଥିଲେ। ଏହା ପାଣି ଭିତରେ ଏବଂ ଦୂରରେ ରହୁଥିବା ରୁ କୁମ୍ଭୀର ବୋଲି ସ୍ପଷ୍ଟ ଜଣା ପଡୁନ ଥିଲେ ମଧ୍ୟ ଏହା କୁମ୍ଭୀର ବୋଲି ଅନୁମାନ କରାଯାଉଛି। ବନ ବିଭାଗ ପକ୍ଷରୁ ନଦୀକୂଳିଆ ତଥା ନଦୀ ଉପରେ ସ୍ନାନ, ଶୌଚ ପାଇଁ ନିର୍ଭର କରୁଥିବା ଜନସାଧାରଣ ମାନଙ୍କ ଧନଜୀବନ ସୁରକ୍ଷା ପାଇଁ ନଦୀ କି ଯାଉଥିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ବନବିଭାଗ ଅଧିକାରୀ ମାନେ କହିଛନ୍ତି। ବୁଧବାର ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ମାନେ ଉକ୍ତ ସ୍ଥାନକୁ ଆସି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହିତ ନଦୀ କୂଳିଆ ଲୋକ ମାନଙ୍କୁ ସଚେତନ କରିବେ ବୋଲି ସୂଚନା ଦେଇଛନ୍ତି।
ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ।
|
August 6, 2025 |



