ଧର୍ମଶାଳା-୯/୧୦ (ସନ୍ଧାନ ନିୟୁଜ) : ଧର୍ମଶାଳା ବ୍ଲକ୍ ବ୍ରାହ୍ମଣୀ ନଦୀର କଲଣ ଘାଟରେ ଏକ ବଉଳା କୁମ୍ଭୀର ପଶିଆସିଛି । କୁମ୍ଭୀରଟି ପାଣିଭିତରେ ଏତେତେଣ ଘୁରିବୁଲୁଛି । ଏହାକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଥିବା ବେଳେ ଏହାକୁ ଦେଖିବାକୁ ନଦୀ କୂଳରେ ଲୋକଙ୍କର ଭିଡ ଦେଖିବାକୁ ମିଳିଛି । ସୂଚନା ମୁତାବକ ଗତ କାଲି ସକାଳ ୮ଟା ସମୟରେ କଲଣ ଘାଟରେ ଏକ କୁମ୍ଭୀର ପହଁରୁଥିବାର କିଛି ଲୋକ ଦେଖିଥିଲେ । ଏହି ଖବର ପାଇ ଗଡମଧପୁର ଫରେଷ୍ଟ ଷ୍ଟାପ୍ ଘଟଣା ସ୍ଥଳରେ ପହଂଚିଥିଲେ ଏବଂ ଏହି ନଦୀର କଲଣ ଘାଟରେ ପ୍ରଥମଥର ପାଇଁ କୁମ୍ଭୀର ଦେଖାଦେଇଥିବାରୁ ଆଖ ପାଖର ସହସ୍ର ଲୋକ ଦେଖିବାକୁ ରୁଣ୍ଡ ହୋଇଥିଲେ । ଏହି କୁମ୍ଭୀର ଭୟରେ ମାଛ ଧରାଳି ଏବଂ ଏଇ ନଦୀ ପାଣି ବ୍ୟବହାର କରୁଥିବାଙ୍କ ଲୋକଙ୍କ ମନରେ ଏକ ଭୟର ସୃଷ୍ଟି ହୋଇଛି । ତୁରନ୍ତ ଏହାର ପ୍ରତିକାର କରି କୁମ୍ଭୀର ଭୟକୁ ଦୂରେଇବା ପାଇଁ ସ୍ଥାନୀୟ ଲୋକେ ପ୍ରସାସନ ନିକଟରେ ଦାବି କରିଛନ୍ତି ।
Report- Manas Rout